ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏଥିସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଆଜି ନିର୍ବାଚନ କମିଶନର ଘୋଷଣା […]

delhi-election-2020

Subhransu Sekhar
  • Published: Monday, 06 January 2020
  • , Updated: 06 January 2020, 04:05 PM IST

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏଥିସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।

ଆଜି ନିର୍ବାଚନ କମିଶନର ଘୋଷଣା କରିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧୪ରେ ଏ ନେଇ ବିଧିବିଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ରହିଛି। ଜାନୁଆରୀ ୨୪ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ। ମୋଟ୍ ୨୬୮୯ଟି ସ୍ଥାନରେ ଭୋଟିଂ ହେବ। ୧୩,୭୫୭ଟି ସ୍ଥାନରେ ପୋଲିଂ ବୁଥ୍ ରହିବ। ଦିଲ୍ଲୀର ଭୋଟର ସଂଖ୍ୟା ୧ କୋଟି ୪୬ ଲକ୍ଷ ରହିଛନ୍ତି। ୯୦ ହଜାର କର୍ମଚାରୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବେ। ନିର୍ବାଚନ ପ୍ରଚାର ବେଳେ ମିଡିଆ ଉପରେ ନଜର ରଖିବା ପାଇଁ ଏକ ମନିଟରିଂ ଟିମ୍ ଗଠିତ ହୋଇଛି। ବରିଷ୍ଠ ଲୋକଙ୍କ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି।

୨୦୧୫ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏଠି ଏକ ପ୍ରକାର କ୍ଲିନ୍ ସୁଇପ କରିଥିଲା। ୭୦ ଆସନରୁ ଆପ୍ ଏକାକୀ ୬୭ଟି ଆସନରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଥିଲା। କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇଯାଇଥିଲା।

ତେବେ ସାଧାରଣ ନିର୍ବାଚନ ବେଳେ କିନ୍ତୁ ବିଜେପି ଏଠି ନଜର ଦମ ଦେଖାଇଥିଲା। ମୋଟ୍ ୭ଟି ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ଜିତିଥିବା ବେଳେ ଆପ୍ ଚିତପଟାଙ୍ଗ୍ ମାରିଥିଲା। ଏବେ ଏହି ଆଧାରରେ ବିଜେପି ସରକାର ଗଢ଼ିବ ବୋଲି ହୁଙ୍କାର ଭରିଛି।

୨୦୧୪ରେ ମଧ୍ୟ ବିଜେପି ସମସ୍ତ ଲୋକସଭା ଆସନରେ ଜିତିଥିଲା। ହେଲେ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପକୁ ଲୋକମାନେ କ୍ଷମତାରେ ବସାଇଥିଲେ।

Related story