ଏକଜିଟ୍ ପୋଲ୍ ଭୁଲ୍ ହେବ କହିଲା ବିଜେପି

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହେବ। ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ ଟୁଇଟ୍ କରି ଆଜି ଏହା କହିଛନ୍ତି। ବିଜେପି ବିନା କୌଣସି ଦ୍ୱିଧାରେ ୪୮ଟି ଆସନରେ ବିଜୟୀ ହେବା ସହିତ ସରକାର ଗଢ଼ିବ। ତେବେ ଇଭିଏମ ଟାମ୍ପରିଂ ହୋଇଛି ବୋଲି ଭୁଲ୍ କହିବ ନାହିଁ। ଏଭଳି କହିବା ସହିତ ତାଙ୍କର ଏହି ଟୁଇଟକୁ ସେଭ କରି ରଖିବା ପାଇଁ କହିଛନ୍ତି […]

Manoj-Tiwari

Subhransu Sekhar
  • Published: Saturday, 08 February 2020
  • , Updated: 08 February 2020, 09:01 PM IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହେବ। ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ ଟୁଇଟ୍ କରି ଆଜି ଏହା କହିଛନ୍ତି। ବିଜେପି ବିନା କୌଣସି ଦ୍ୱିଧାରେ ୪୮ଟି ଆସନରେ ବିଜୟୀ ହେବା ସହିତ ସରକାର ଗଢ଼ିବ। ତେବେ ଇଭିଏମ ଟାମ୍ପରିଂ ହୋଇଛି ବୋଲି ଭୁଲ୍ କହିବ ନାହିଁ। ଏଭଳି କହିବା ସହିତ ତାଙ୍କର ଏହି ଟୁଇଟକୁ ସେଭ କରି ରଖିବା ପାଇଁ କହିଛନ୍ତି ମନୋଜ ତିଓ୍ୱାରୀ। ଫେବୃଆରୀ ୧୧ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କର ଟୁଇଟ୍ ସତ ହେବ ବୋଲି ମନୋଜ କହିଛନ୍ତି।

https://twitter.com/ManojTiwariMP/status/1226144841761001472

ସୂଚନାଯୋଗ୍ୟ, ଆଜି ଏକଜିଟ ପୋଲ୍ ରିପୋର୍ଟ ପ୍ରକାଶ ପ୍ରକାଶ ପାଇବା ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ଆମ୍ ଆଦମୀ ପାର୍ଟି କ୍ଷମତା ଦଖଲ କରିବ ବୋଲି ଜଣାପଡ଼ିଛି। ବିଜେପି ଯେଉଁ ଆକଳନ କରିଛି ତାହା ସଫଳ ହେବ ନାହିଁ ବୋଲି ଜଣାପଡ଼ିଛି। ହେଲେ ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଆଉ କିଛି ହାତ ଗଣତି ଆସନ ଅଧିକ ଜିତିବ ବୋଲି ପୋଲ୍ ଅଫ୍ ପୋଲରୁ ଆକଳନ କରାଯାଉଛି।

ଚଳିତଥର ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆପ୍ ହାରାହାରି ୫୨ଟି ଆସନରେ ଜିତିବ ବୋଲି ଆକଳନ କରାଯାଉଥିବା ବେଳେ ବିଜେପି ୧୫ଟି ଆସନରେ ଜିତିବ ବୋଲି ଆକଳନ କରାଯାଉଛି। ମୋଟ ୭୦ଟି ଆସନରୁ ସରକାର ଗଢ଼ିବା ପାଇଁ ୩୧ ରହିଛି ମ୍ୟାଜିକ ନମ୍ୱର।

Related story