ଉଦ୍ଧାର କରିବାକୁ ଯାଇ ଶହୀଦ ହୋଇଗଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନିଆଁରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ଦମକଳ କର୍ମଚାରୀ। ଆଜି ଭୋର ସମୟରେ ଦିଲ୍ଲୀର ପିରାଗଡ଼ି ସ୍ଥିତ ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏହାପରେ ଫ୍ୟାକ୍ଟ୍ରିର କୋଠାଟି ନିଆଁରେ ଜଳିଯିବା ପରେ ବିସ୍ଫୋରଣ ହୋଇଛି। ଏବେ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଦମକଳବାହିନୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେହି ଅଗ୍ନିଶମ କର୍ମଚାରୀଙ୍କୁ ଶହୀଦ ବୋଲି ଟୁଇଟ୍ […]

delhi-fire

Subhransu Sekhar
  • Published: Thursday, 02 January 2020
  • , Updated: 02 January 2020, 04:16 PM IST

ନୂଆଦିଲ୍ଲୀ: ନିଆଁରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ଦମକଳ କର୍ମଚାରୀ। ଆଜି ଭୋର ସମୟରେ ଦିଲ୍ଲୀର ପିରାଗଡ଼ି ସ୍ଥିତ ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏହାପରେ ଫ୍ୟାକ୍ଟ୍ରିର କୋଠାଟି ନିଆଁରେ ଜଳିଯିବା ପରେ ବିସ୍ଫୋରଣ ହୋଇଛି। ଏବେ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଦମକଳବାହିନୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେହି ଅଗ୍ନିଶମ କର୍ମଚାରୀଙ୍କୁ ଶହୀଦ ବୋଲି ଟୁଇଟ୍ କରି କହିଛନ୍ତି।

https://twitter.com/ArvindKejriwal/status/1212670091315183616

ଆଜି ଭୋର୍ ୪ଟା ୨୩ ମିନିଟରେ ଦମକଳ ବାହିନୀ ନିଆଁ ଲାଗିଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଏନଡିଆରଏଫ ଏବଂ ଦମକଳ ବାହିନୀର ମୋଟ୍ ୫୫ଟି ଟିମ୍ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଏହାପରେ ବିଲ୍ଡିଂରେ ଅନେକ ଲୋକ ଫଶି ହୋଇ ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଦମକଳ ବାହିନୀ ଟିମର କର୍ମୀମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ତିନି ଜଣ ଅଗ୍ନିଶମ କର୍ମଚାରୀ ଅସୁସ୍ଥ ହୋଇପଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଆହତମାନଙ୍କୁ ଦିଲ୍ଲୀସ୍ଥିତ ବାଲାଜି ହସ୍ପିଟାଲ ଓ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ହସ୍ପିଟାଲକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସୂଚନାଯୋଗ୍ୟ, ମାସକ ମଧ୍ୟରେ ଏହାକୁ ମିଶାଇ ଦିଲ୍ଲୀରେ ୩ଟି ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଅନାଜ ମଣ୍ଡିର ଏକ ଫ୍ୟାକ୍ଚ୍ରିରେ ନିଆଁ ଲାଗିବାରୁ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କିରାଡୀର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

Related story