ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ନୂଆଦିଲ୍ଲୀ: UAPA ନିୟମ ଅନୁଯାୟୀ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଦିଲ୍ଲୀ କୋର୍ଟ ୨୨ ଅକ୍ଟୋବର ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ଗିରଫ ହେବା ପରେ ସେ ବିଚାର ବିଭାଗୀୟ ହେପାଜତରେ ଥିଲେ। ଏବେ ଅବଧି ବୃଦ୍ଧି କରିଥନ୍ତି ସରକାର। ସିଏଏ ଏବଂ ଏନଆରସିକୁ ବିରୋଧ କରି ଖାଲିଦ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ରହିଛି। ଦିଲ୍ଲୀ ପୁଲିସ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

umarkhalid

Subhransu Sekhar
  • Published: Thursday, 24 September 2020
  • , Updated: 24 September 2020, 02:40 PM IST

ନୂଆଦିଲ୍ଲୀ: UAPA ନିୟମ ଅନୁଯାୟୀ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଦିଲ୍ଲୀ କୋର୍ଟ ୨୨ ଅକ୍ଟୋବର ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ଗିରଫ ହେବା ପରେ ସେ ବିଚାର ବିଭାଗୀୟ ହେପାଜତରେ ଥିଲେ। ଏବେ ଅବଧି ବୃଦ୍ଧି କରିଥନ୍ତି ସରକାର। ସିଏଏ ଏବଂ ଏନଆରସିକୁ ବିରୋଧ କରି ଖାଲିଦ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ରହିଛି।

ଦିଲ୍ଲୀ ପୁଲିସ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ସମୟରେ ଖାଲିଦ ଅନେକ ଗୋଷ୍ଠୀ ସହ ଷଡଯନ୍ତ୍ର କରି ଦିଲ୍ଲୀରେ ରାସ୍ତା ଅବରୋଧ କରିଥିଲେ। ଏଭଳି କରି ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯାତନା ଦିଆଯାଉଛି ବୋଲି ଯେମିତି ଅନ୍ତର୍ଜାତୀୟ ସ୍ତରରେ ଖବର ପ୍ରକାଶ ପାଇବ ଖାଲିଦର ଉଦ୍ଦେଶ୍ୟ ଥିଲା ବୋଲି ପୁଲିସ କହିଛି।

ସେପ୍ଟେମ୍ବର ୧୩ରେ, ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ UAPA ନିୟମ ଅନୁଯାୟୀ ଦଶ ଘଣ୍ଟା ପଚରାଉଚରା କରିବା ପରେ ଖାଲିଦଙ୍କୁ ଗିରଫ କରିଥିଲା। ଏହାର ପରଦିନ କୋର୍ଟରେ ଖାଲିଦଙ୍କୁ ଦିଲ୍ଲୀ ପୁଲିସ ହାଜର କରି ବିଚାର ବିଭାଗୀୟ ହେପାଜତକୁ ୧୦ ଦିନ ପଠାଇଥିଲେ। ଏହି ଦଙ୍ଗା ପାଇଁ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ୧.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟରେ ଦାଖଲ କରିଛି।

Related story