ନିର୍ଭୟା ମାମଲା, ଫାଶୀଦଣ୍ଡାଦେଶକୁ ଆଜୀବନ ସଜା ପାଇଁ ଆବେଦନ
ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀ ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ଫାଶୀ ମୃତ୍ୟୁଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଛି। ବିନୟ ଶର୍ମାର ଓକିଲ ଏପି ସିଂହ ଏବେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବାଇଜଲଙ୍କ ନିକଟରେ ପହଞ୍ଚିଛନ୍ତି। ଫାଶୀଦଣ୍ଡାଦେଶକୁ ଆଜୀବନ ସଜା ପାଇଁ ଆବେଦନ କରିଛନ୍ତି।
2012 Delhi gang-rape case: Convict Vinay Sharma through his lawyer AP Singh has approached Delhi LG seeking to commute death sentence to life imprisonment. Advocate AP Singh has filed a petition under sections 432 and 433 Cr.P.C. seeking to suspend death sentence.
— ANI (@ANI) March 9, 2020
ଆଇନଜୀବୀ ଏପି ସିଂହ ସିଆରପିସିର ଧାରା ୪୩୨ ଏବଂ ୪୩୩ ଆଧାରରେ ଉପରାଜ୍ୟପାଳଙ୍କ ନିକଟରେ ଫାଶୀଦଣ୍ଡାଦେଶକୁ ଆଜୀବନସଜା ପାଇଁ ଆବେଦନ କରିଛନ୍ତି। ତେବେ ଗତ ସପ୍ତାହରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କ ନାଁରେ ଫାଶୀ ତାରିଖ ଘୋଷଣା କରି ଦେଇଛନ୍ତି। ମାର୍ଚ୍ଚ ୨୦, ସକାଳ ୫ଟା ୩୦ରେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ କହିଛନ୍ତି।
ଏହାପୂର୍ବରୁ ୩ଥର ଫାଶୀ ତାରିଖ ଘୋଷଣା କରିଥିଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ହେଲେ ଦୋଷୀଙ୍କ ଦ୍ୱାରା ଦାୟର ହୋଇଥିବା ବିଭିନ୍ନ ଆବେଦନ ପାଇଁ ଫାଶୀ ତାରିଖ ଘୁଞ୍ଚିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।