ରାକେଶ ଆସ୍ଥାନାଙ୍କ ଫାଇଲର ଛାନଭିନ୍‌ କରିବେ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ମହାକଳିରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦିଲ୍ଲୀ ହାଇକୋର୍ଟ ଏବେ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ଏଫଆଇଆର ଫାଇଲ୍‌ ତର୍ଜମା କରିବାକୁ ଅନୁମତି ଦେଇଛନ୍ତି। ସିଭିସି ଅଫିସରେ ଏହି ଫାଇଲ ଥିବା ବେଳେ ଏହାକୁ ଏବେ ଶ୍ରୀ ବର୍ମା ଓ ଶ୍ରୀ ଶର୍ମା ଛାନଭିନ୍‌ କରିବେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନଜିମ ୱାଜିରି କହିଛନ୍ତି, […]

a

Hemant Lenka
  • Published: Wednesday, 28 November 2018
  • , Updated: 28 November 2018, 05:13 PM IST

ନୂଆଦିଲ୍ଲୀ: ସିବିଆଇ ମହାକଳିରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦିଲ୍ଲୀ ହାଇକୋର୍ଟ ଏବେ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ଏଫଆଇଆର ଫାଇଲ୍‌ ତର୍ଜମା କରିବାକୁ ଅନୁମତି ଦେଇଛନ୍ତି। ସିଭିସି ଅଫିସରେ ଏହି ଫାଇଲ ଥିବା ବେଳେ ଏହାକୁ ଏବେ ଶ୍ରୀ ବର୍ମା ଓ ଶ୍ରୀ ଶର୍ମା ଛାନଭିନ୍‌ କରିବେ।

ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନଜିମ ୱାଜିରି କହିଛନ୍ତି, ଶ୍ରୀ ବର୍ମା ଆସନ୍ତାକାଲି ସିଭିସି ଅଫିସ୍‌ ଯିବେ ଏବଂ ଶ୍ରୀ ଆସ୍ଥାନାଙ୍କ ଲାଞ୍ଚ ମାମଲାର ଫାଇଲ୍‌କୁ ତର୍ଜମା କରିପାରିବେ। ଏଥିସହ ଡିସେମ୍ବର ୭ ଯାଏ ଆସ୍ଥାନାଙ୍କ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସ୍ଥାନା ଜଣେ ବ୍ୟବସାୟୀଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ବର୍ମା ଏକ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ କରିଛନ୍ତି।

Related story