ଦିଲ୍ଲୀ ହାଇକୋର୍ଟରେ ହନିପ୍ରୀତଙ୍କ ଅଗ୍ରୀମ ଜାମିନ ଖାରଜ, କହିଲେ ଆତ୍ମସମର୍ପଣ କର

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କ ଅଗ୍ରୀମ ଜାମିନ ଆବେଦନ ଦିଲ୍ଲୀ ଖାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ଗିରଫଦାରୀ ଭୟରେ ହନିପ୍ରୀତ ଲୁଚି ବୁଲୁଛନ୍ତି, ତେଣୁ ସେ କୌଣସି ବିଶେଷ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି। ଏହା ଦିଲ୍ଲୀର ମାମଲା ନୁହେଁ। ଏଠାରେ ଆବେଦନ କରି କେବଳ ସମୟ ବରବାଦ କରୁଛ। ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅଗ୍ରୀମ […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 04:14 AM IST

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କ ଅଗ୍ରୀମ ଜାମିନ ଆବେଦନ ଦିଲ୍ଲୀ ଖାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି।

କୋର୍ଟ ତାଙ୍କ ରାୟରେ କହିଛନ୍ତି, ଗିରଫଦାରୀ ଭୟରେ ହନିପ୍ରୀତ ଲୁଚି ବୁଲୁଛନ୍ତି, ତେଣୁ ସେ କୌଣସି ବିଶେଷ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି। ଏହା ଦିଲ୍ଲୀର ମାମଲା ନୁହେଁ। ଏଠାରେ ଆବେଦନ କରି କେବଳ ସମୟ ବରବାଦ କରୁଛ। ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିପାରିବ।

ହନୀପ୍ରିତ ଓ ପୋଲିସ୍‌ର ପକ୍ଷ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ହରିୟାଣା ପୋଲିସର ଓକିଲ କୋର୍ଟରେ କହିଥିଲେ ହନିପ୍ରୀତଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ନାହିଁ। ଯଦି ସେ ଦିଲ୍ଲୀରେ ଅଛନ୍ତି, ତେବେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବାର ଥିଲା। ଦିଲ୍ଲୀ ହନିପ୍ରୀତଙ୍କ ନାୟିକ କ୍ଷେତ୍ର ନୁହେଁ। ତାଙ୍କ ଠିକଣା କି ପାସପୋର୍ଟ ବି ଦିଲ୍ଲୀର ନୁହେଁ। ତେଣୁ ତାଙ୍କୁ ଅଗ୍ରୀମ ଜାମିନ ଦିଆ ନଯାଉ। ଦିଲ୍ଲୀ ପୋଲିସ କହିଛି ଗ୍ରେଟର କୈଳାସ୍‌ର ଯେଉଁ ଠିକଣା ହନିପ୍ରୀତ ଦେଇଛନ୍ତି ତାହା ଭୁଲ। ଏଥିରୁ ଜଣାପଡୁଛି ସେ କ’ଣ କରୁଛନ୍ତି।

Related story