ନୂଆଦିଲ୍ଲୀ: ହାଇ ଆଲର୍ଟରେ ରାଜଧାନୀ ଦିଲ୍ଲୀ। କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଗୁଇନ୍ଦା ଏଭଳି ସତର୍କ ସୂଚନା ଦେବା ପରେ ଦିଲ୍ଲୀ ପୁଲିସ ଏବ ହାଇ ଆଲର୍ଟ ରହିଛି।
ଜମ୍ମୁ କଶ୍ମୀରର ୪-୫ ଆତଙ୍କବାଦୀ ଟ୍ରକରେ ଲୁଚି ଦିଲ୍ଲୀ ମୁହାଁ ହୋଇଥିବା ଗୁଇନ୍ଦା ସୂଚନା ଦେଇଛି। ଏହାପରେ ସମସ୍ତ ଜିଲ୍ଲାର ଡିସିପି, ସ୍ପେଶାଲ୍ ସେଲ୍, କ୍ରାଇମ ବ୍ରାଞ୍ଚ, ସ୍ପେଶାଲ୍ ଶାଖା ଏବଂ ଦିଲ୍ଲୀ ପୁଲିସର ଅନ୍ୟ ସମସ୍ତ ୟୁନିଟକୁ ହାଇ ଆର୍ଲଟରେ ରଖାଯାଇଛି।
ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ ଏବଂ କଶ୍ମୀର ନମ୍ବର ଗାଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଭିତରକୁ ପ୍ରବେଶ କରିବା ପାଇଁ ଥିବା ସମସ୍ତ ଜାଗାରେ ସୁରକ୍ଷା ଅଧିକାରୀ ବଢ଼ାଇ ଦିଆ ଯାଇଛି। ବିଭିନ୍ନ ଜରିଆରେ ମନିଟରିଂ ମଧ୍ୟ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।