‘ଜୁଲାଇ ୩୧ ଯାଏ ସ୍କୁଲ୍ ବନ୍ଦ ରହିବ’
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦିଲ୍ଲୀରେ ଜୁଲାଇ ୩୧ ଯାଏ ସ୍କୁଲ ବନ୍ଦ ରହିବ। ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି। ଶିକ୍ଷା ବିଭାଗ ସହିତ ଶୁକ୍ରବାର ବୈଠକ କରିବା ପରେ ସିସୋଦିଆ ଏହା କହିଛନ୍ତି।
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସ୍କୁଲ ଖୋଲିଲେ ଅଧିକ ସମସ୍ୟା ଉପୁଜିପାରେ ତେଣୁ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।