ଦିଲ୍ଲୀ ହିଂସା ଜାତୀୟ ଲଜ୍ଜା: ମନମୋହନ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୪ ଜଣଙ୍କର ମୃତ୍ୟୁ ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରାଯିବା ଉଚିତ୍। ରାଜଧାନୀର ଛାତିରେ ସମ୍ପ୍ରାଦାୟିକ ଦଙ୍ଗା ଦେଖିବାକୁ ମିଳିଥିବାବେଳେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ କହିଛନ୍ତି, ‘ରାଷ୍ଟ୍ରପତି ମହୋଦୟ, ଆଇନର ସୁରକ୍ଷା ଆପଣଙ୍କ ହାତରେ। ଏଭଳି […]

modi-manmohan

modi-manmohan

Subhransu Sekhar
  • Published: Thursday, 27 February 2020
  • Updated: 27 February 2020, 02:00 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୪ ଜଣଙ୍କର ମୃତ୍ୟୁ ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରାଯିବା ଉଚିତ୍। ରାଜଧାନୀର ଛାତିରେ ସମ୍ପ୍ରାଦାୟିକ ଦଙ୍ଗା ଦେଖିବାକୁ ମିଳିଥିବାବେଳେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ କହିଛନ୍ତି, ‘ରାଷ୍ଟ୍ରପତି ମହୋଦୟ, ଆଇନର ସୁରକ୍ଷା ଆପଣଙ୍କ ହାତରେ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ କୁହାଯିବା ଉଚିତ୍’।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଦିଲ୍ଲୀ ହିଂସା ଘଟଣାକୁ ନିନ୍ଦା କରିଛନ୍ତି। ଏ ଘଟଣା ଜାତୀୟ ଲଜ୍ଜା ବୋଲି ମନମୋହନ ସିଂହ କହିଛନ୍ତି।

ଦିଲ୍ଲୀରେ ନାଗରିକତା ସଂଶୋଧନକୁ ନେଇ ହୋଇଥିବା ହିଂସା ଘଟଣାରେ କଂଗ୍ରେସ ମୋଦୀ ସରକାର ବିରୋଧରେ ବର୍ଷିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ଏହି ପ୍ରତିନିଧି ମଣ୍ଡଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅହମ୍ମଦ ପଟେଲ, ଗୁଲାମ ନବୀ ଆଜାଦ୍, ପି. ଚିଦାମ୍ୱରମ, ଏକେ ଆଣ୍ଟୋନୀ, ଆନନ୍ଦ ଶର୍ମା, ମଲ୍ଲିକାର୍ଜୁନ ଖାଡ଼ଗେ, ରଣଦୀପ ସୁରଜେଓ୍ୱାଲା ପ୍ରମୁଖ ଥିଲେ।

ଏହା ପୂର୍ବରୁ ବୁଧବାର ସୋନିଆ ଗାନ୍ଧୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ “ସ୍ୱରାଷ୍ଟ୍ର ମନ୍ତ୍ରୀ ଦିଲ୍ଲୀ ହିଂସା ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରିବା ଦରକାର ଏବଂ ନିଜ ପଦରୁ ଇସ୍ତଫା ଦେବା ଦରକାର। ଜାଣିଶୁଣି ଦେଶର ରାଜଧାନୀରେ ଏମିତି ଏକ ହିଂସା ଓ ଘୃଣାର ପରିବେଶ ସୃଷ୍ଟି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos