ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ ଏକାଥରେ ୩୦୦୦ କଏଦୀଙ୍କ ମୁକ୍ତି ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ଜେଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୫୦୦ ଦୋଷୀ ପ୍ୟାରୋଲ୍ରେ ପଠାଯିବ ଏବଂ ଅନ୍ୟ ୧୫୦୦ଙ୍କୁ ଅନ୍ତରୀଣ ଜାମିନ ପଠାଯିବାର ବ୍ୟବସ୍ଥା କରାଯିବ। ଆସନ୍ତା ୩-୪ ଦିନ ମଧ୍ୟରେ ଏପରି ବ୍ୟବସ୍ଥା କରାଯିବ ବୋଲି ତିହାର ଜେଲର ଡାଇରେକ୍ଟର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ମୁକ୍ତି ପାଇବାକୁ ଥିବା ଏହି କଏଦୀଙ୍କ ମଧ୍ୟ ଦୁର୍ଦ୍ଦାନ୍ତ ଓ ବିପଜ୍ଜନକ କଏଦୀଙ୍କୁ ସାମିଲ କରାଯିବନି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କେବଳ ଦିଲ୍ଲୀରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଆଜି ଏହା ପୂର୍ବରୁ ଆପ୍ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ, କଏଦୀମାନଙ୍କୁ କରୋନା ସଂକ୍ରମଣରୁ ରୋକିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପାରୋଲ୍ ଦେବାକୁ ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।
National
ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ
ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି।