ଚନ୍ଦ୍ରବାବୁ ନାଇଡୁ ତିଆରି କରିଥିଲେ, ଜଗନ ରେଡ୍ଡୀ ଭାଙ୍ଗିଦେଲେ

ଅମରାବତୀ: ରାତି ଅଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ସରକାରଙ୍କ ଅମଳରେ ନିର୍ମିତ ହୋଇଥିବା  ‘ପ୍ରଜା ବେଦିକା’ କୋଠା ଉପରେ ବୁଲିଲା  ବୁଲଡୋଜର।  ଟିଡିପି ସରକାର ଅମଳରେ ହୋଇଥିବା ଏହି କୋଠାକୁ ବର୍ତ୍ତମାନର ଜଗନ ରେଡ୍ଡୀ ସରକାର ଭାଙ୍ଗି ଦେଇଛନ୍ତି। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ ଓ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ଗତକାଲି ରାତିରେ ‘ପ୍ରଜା ବେଦିକା’କୁ ଭାଙ୍ଗିବା କାମ […]

prajavedike

prajavedike

Subhransu Sekhar
  • Published: Wednesday, 26 June 2019
  • Updated: 26 June 2019, 09:40 AM IST

Sports

Latest News

ଅମରାବତୀ: ରାତି ଅଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ସରକାରଙ୍କ ଅମଳରେ ନିର୍ମିତ ହୋଇଥିବା  ‘ପ୍ରଜା ବେଦିକା’ କୋଠା ଉପରେ ବୁଲିଲା  ବୁଲଡୋଜର।  ଟିଡିପି ସରକାର ଅମଳରେ ହୋଇଥିବା ଏହି କୋଠାକୁ ବର୍ତ୍ତମାନର ଜଗନ ରେଡ୍ଡୀ ସରକାର ଭାଙ୍ଗି ଦେଇଛନ୍ତି।

ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ ଓ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତାଙ୍କ ନିର୍ଦ୍ଦେଶ ପରେ ଗତକାଲି ରାତିରେ ‘ପ୍ରଜା ବେଦିକା’କୁ ଭାଙ୍ଗିବା କାମ ଆରମ୍ଭ କରିଛି। ଆଜି ସକାଳ ସୁଦ୍ଧା ପ୍ରଜା ବେଦିକାର ଅନେକ କାନ୍ଥ ଭାଙ୍ଗି ଦିଆଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କୋଠାକୁ ଭଙ୍ଗାଯିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଜଗନ ସରକାରଙ୍କ ଏହି ନିଷ୍ପତ୍ତିକୁ ଟିଡିପି ବିରୋଧ କରୁଥିବାରୁ ପ୍ରଜା ବେଦିକା ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

‘ପ୍ରଜା ବେଦିକା’ ଭଙ୍ଗା କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିବାର ସହ ବିଦେଶରେ ଛୁଟି କାଟୁଥିଲେ। ଆଜି ସକାଳେ ସେ ବିଶାଖାପଟନମ୍‌ ପହଞ୍ଚିଥିବା ସୂଚନା ରହିଛି।  ଆଜି ସେ ପ୍ରଜା ବେଦିକା ନିକଟକୁ ଯିବାର କାର୍ଯ୍ୟକ୍ରମ ରହିଛି।

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ନିକଟରେ କ୍ରିଷ୍ଣା ନୀଦ କୂଳରେ ପ୍ରାୟ ୫ କୋଟି ଟଙ୍କାରେ ୨୦୧୭ରେ ଏହି ‘ପ୍ରଜା ବେଦିକା’ କୋଠାର ନିର୍ମାଣ କରାଯାଇଥିଲା।

ଘର ଭାଙ୍ଗିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଦିନ ଧରି ବୈଠକ ହୋଇଥିଲା। ଏହାପରେ ପ୍ରଜା ବେଦିକାରେ ଥିବା ଆସବାପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ କାଢ଼ି ନିଆଯାଇଥିଲା।

ପୂର୍ବରୁ ଚନ୍ଦ୍ରବାବୁଙ୍କ ସୁରକ୍ଷା ପ୍ରୋଟୋକଲକୁ ହ୍ରାସ କରିଥିବା ଜଗନ ମୋହନ ଗତକାଲି ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ନାରା ଲୋକେଶଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏବେ ଲୋକେଶଙ୍କୁ ୨+୨ ସୁରକ୍ଷା ଯୋଗାଇ ଦେଇଛନ୍ତି ଆନ୍ଧ୍ର ସରକାର। ଏଥିସହ ଚନ୍ଦ୍ରବାବୁଙ୍କ ଅନ୍ୟ ପରିବାର ଲୋକଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି।

ଜଗନ ରେଡ୍ଡୀ ସରକାରକୁ ଆସିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ହୋଇଥିବା ବିଭିନ୍ନ କାମର ସମୀକ୍ଷା କରୁଛନ୍ତି ଓ ଯେଉଁ କାମଗୁଡ଼ିକ ଉପରେ ତାଙ୍କ ସନ୍ଦେହ ହେଉଛି, ସେଗୁଡ଼ିକୁ ବାତିଲ କରି ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story