ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ସବୁଠାରୁ ଧନୀ ବ୍ୟକ୍ତିଙ୍କ ୩ ପିଲା ମୃତ

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ସିରିଜ ବିସ୍ଫୋରଣରେ ପ୍ରାଣ ହରାଇଥିବା ୨୯୦ ଜଣଙ୍କ ମଧ୍ୟରେ ପ୍ରାୟ ୪୦ ଜଣ ବିଦେଶୀ ନାଗରିକ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ପିଲା ରହିଛନ୍ତି। ଏହି ୩ ଜଣ ହେଉଛନ୍ତି ଡେନମାର୍କର ସବୁଠାରୁ ଧନୀ ବ୍ୟକ୍ତି ଆଣ୍ଡ୍ରେସ ହୋଲଚ୍‌ ପୋଭଲସେନ୍‌ଙ୍କ ସନ୍ତାନ। ଏମାନେ ଶ୍ରୀଲଙ୍କାରେ ଛୁଟି କାଟିବା ପାଇଁ ଆସିଥିଲେ।

ଆଣ୍ଡ୍ରେସ, ତାଙ୍କ ପତ୍ନୀ ଓ ୪ ଜଣ ସନ୍ତାନ ଶ୍ରୀଲଙ୍କାକୁ ବୁଲିବାକୁ ଆସିଥିଲେ। ଦୁର୍ଭାଗ୍ୟବଶତଃ, ଶ୍ରୀଲଙ୍କାର ୩ଟି ଚର୍ଚ୍ଚ ଓ ୩ଟି ପଞ୍ଚ ତାରକା ହୋଟେଲ୍‌ରେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣ ଘଟାଇଥିଲେ। ଆଣ୍ଡ୍ରେସ,ତାଙ୍କ ପତ୍ନୀ ଓ ଜଣେ ସନ୍ତାନ ବର୍ତ୍ତି ଯାଇଥିଲେ ହେଁ ଅନ୍ୟ ୩ ଜଣ ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଆଣ୍ଡ୍ରେସଙ୍କ ଫ୍ୟାଶନ୍‌ କମ୍ପାନୀର ମୁଖପାତ୍ର ସୂଚନା ଦେଇଥିଲେ ହେଁ କେଉଁଠି ଏବଂ କେଉଁ ସ୍ଥିତିରେ ସେମାନଙ୍କ ମୃତ୍ୟୁ ଘଟିଛି, ସେ ବିଷୟରେ କିଛି କହିନାହାନ୍ତି।

ଆଣ୍ଡ୍ରେସ ହେଉଛନ୍ତି ଫ୍ୟାଶନ ଫାର୍ମ ବେଷ୍ଟ ସେଲରର ମାଲିକ। ତାଙ୍କ କମ୍ପାନୀ ଫ୍ୟାଶନ ଓ ପୋଷାକ ବ୍ୟବସାୟ ପାଇଁ ପ୍ରସିଦ୍ଧ। ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି।

ଆହୁରି ପଢ଼ନ୍ତୁ

ପୁଣି ଦିନ ଗଡ଼ାଇଲେ ମୁଖ୍ୟମନ୍ତ୍ରୀ: ଜନସେବା ଅଧିକାର  ଆଇନ ଓ ‘ଫାଇଭ-ଟି’ ଫେଲ୍‌

ବାହାଘର ଓ ଅନ୍ତେଷ୍ଟି ପାଇଁ କଟକଣା ଜାରି କଲେ ସରକାର

ଏବେ ତୁଷ୍ଟୀକରଣ ନୀତିରେ ବିଜେଡି: ୧୫ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦ

୨୧ ବର୍ଷ ପରେ ଏବେ ଚାଲିଛି ସବୁଠାରୁ ଖରାପ ସମୟ

ମାନବପ୍ରେମୀ ମୃତ୍ୟୁ ପଛର ଖିଅ କେଉଁଠି ଲୁଚିଛି ?

ଗଞ୍ଜାମରେ କୌଣସି ଷ୍ଟେସନ୍‌ରେ ରହିବନି ଟ୍ରେନ୍‌

ଅର୍ଥନୀତିକୁ ବାଟକୁ ଆଣିବା ଏକା ମୋଦୀଙ୍କ ହାତରେ ନାହିଁ!

ଜୁଲାଇ ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଭୁବନେଶ୍ୱରରେ ଅଫିସ ମନା

ପାଉଡରର ଦାମ ୩ କୋଟି, ଧରାପଡ଼ିଲା ଅଭିଯୁକ୍ତ

ଡ୍ୟୁଟିରେ ଥିଲେ ନର୍ସ; ଛୁରୀ ଭୁସି ଦେଲେ ସ୍ୱାମୀ

ଯୁବତୀଙ୍କୁ ପ୍ରତାରଣା କରି ନିଲମ୍ବିତ ହେଲେ ଫାଣ୍ଡି ଅଧିକାରୀ

ଡାଏରୀ ଖୋଲିବ ଗୁମର ! ସରକାରଙ୍କ ବିରୋଧରେ ଏପରି ଲେଖିଥିଲେ ଆଦିତ୍ୟ