ନୂଆଦିଲ୍ଲୀ: ଦେଶରେ ଜନଧନ ଯୋଜନାରେ ବ୍ୟାଙ୍କରେ ରଖିଥିବା ଜମାକାରୀଙ୍କ ଟଙ୍କା ବଢ଼ୁଛି। ଦୀର୍ଘ ୫ ବର୍ଷ ତଳେ ମୋଦି ସରକାର ଆରମ୍ଭ କରିଥିବା ଏହି ଯୋଜନାରେ ଏବେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମାରଖିଛନ୍ତି ଜମାକାରୀ।
ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଏଯାଏ ଜନଧନ ଯୋଜନାରେ ୩୬.୦୬ କୋଟି ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଜୁଲାଇ ୩ ତାରିଖ ଯାଏ ଏହି ସମସ୍ତ ଆକାଉଣ୍ଟରେ ମୋଟ ୧,୦୦୪୯୫.୯୪ କୋଟି ଟଙ୍କା ଜମା ହୋଇଛି। ଜୁନ ୬ ତାରିଖ ଯାଏ ୩୬.୦୬ କୋଟି ଆକାଉଣ୍ଟରେ ୯୯.୨୩୨.୭୧ କୋଟି ଟଙ୍କା ରହିଥିବା ଜଣାପଡ଼ିଛି।
ଅଗଷ୍ଟ ୨୮, ୨୦୧୪ରେ ମୋଦି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଗରିବ ଶ୍ରେଣୀର ଲୋକଙ୍କୁ ବିନା ପଇସାରେ ବ୍ୟାଙ୍କ୍ ସେବା ସହ ଯୋଡ଼ିବା ସରକାରର ଲକ୍ଷ୍ୟ ଥିଲା।