ବିରୋଧୀ ଦଳର ନେତା ହେଲେ ଦେବେନ୍ଦ୍ର ଫଡନାବିସ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।  ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି। ବାଚସ୍ପତି ଫଡନାବିସଙ୍କୁ ବିରୋଧୀ ଦଳର ନେତା ବୋଲି ଘୋଷଣା କରିବା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ […]

devendra-fadnavis

Subhransu Sekhar
  • Published: Sunday, 01 December 2019
  • , Updated: 01 December 2019, 03:00 PM IST

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି।  ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି। ବାଚସ୍ପତି ଫଡନାବିସଙ୍କୁ ବିରୋଧୀ ଦଳର ନେତା ବୋଲି ଘୋଷଣା କରିବା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥାରୋଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ।

ଫଡନାବିସ (୪୯ ) ପ୍ରଥମ ଥର ପାଇଁ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଅକ୍ଟୋବର ୨୦୧୪ରେ ମଧ୍ୟ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟର ସେ ହେଉଛନ୍ତି ପ୍ରଥମ ବିଜେପି ନେତା, ଯିଏକି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଗତମାସ ୨୩ ତାରିଖରେ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ହେଲେ ବହୁମତ ସାବ୍ୟସ୍ତ ପୂର୍ବରୁ ନିଜ ପଦବୀରୁ ଫଡନାବିସ ଇସ୍ତଫା ଦେଇଥିଲେ। ଏହାପରେ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାର ରାଜ୍ୟର ଶାସନ ଭାର ଗ୍ରହଣ କରିଛି।

ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରୁ ରାଜନୀତିକୁ ଆସିଥିବା ଦେବେନ୍ଦ୍ର ଫଡନାବିସ ବିଧାୟକ ହେବା ପୂର୍ବରୁ ରାଜ୍ୟର ଦ୍ୱିତୀୟ ରାଜଧାନୀ କୁହାଯାଉଥିବା ନାଗପୁରର ମେୟର ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ମହାରାଷ୍ଟ୍ର ବିଜେପିର ସଭାପତି ମଧ୍ୟ ଥିଲେ। ୧୯୯୯ରୁ ଲଗାତର ୫ମ ଥର ପାଇଁ ସେ ନାଗପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଆସୁଛନ୍ତି।

Related story