ଉତ୍ତରାଖଣ୍ଡ ଟୋପିକୁ ମଣିପୁରୀ ଗାମୁଛା, ଭିନ୍ନ ଗେଟଅପ୍‌ରେ ପିଏମ୍‌

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଗେଟଅପ୍‌। ଅଲଗା ଅନ୍ଦାଜରେ ଦେଖାଦେଲେ ପ୍ରଧାନମନ୍ତ୍ରୀ। ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ପିଏମ୍‌ । ଏହା ଲୋକଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ଟୋପି ପରିଧାନ କରିଥିଲେ। ଏହି ଟୋପିର ସ୍ୱତନ୍ତ୍ରତା ହେଉଛି, ଏଥିରେ ଏକ ବ୍ରହ୍ମକମଳ ଫୁଲ ଚିତ୍ରିତ ହୋଇଛି। ଏହା ଉତ୍ତରାଖଣ୍ଡର ରାଜକୀୟ ପୁଷ୍ପ ଅଟେ। କେଦାରନାଥ ପୂଜା କରିବାକୁ ଯିବା ସମୟରେ ସେଠାରେ […]

pm

pm

Niharika Rout
  • Published: Wednesday, 26 January 2022
  • Updated: 26 January 2022, 12:26 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଗେଟଅପ୍‌। ଅଲଗା ଅନ୍ଦାଜରେ ଦେଖାଦେଲେ ପ୍ରଧାନମନ୍ତ୍ରୀ। ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ପିଏମ୍‌ । ଏହା ଲୋକଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଛି ।

ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ଟୋପି ପରିଧାନ କରିଥିଲେ। ଏହି ଟୋପିର ସ୍ୱତନ୍ତ୍ରତା ହେଉଛି, ଏଥିରେ ଏକ ବ୍ରହ୍ମକମଳ ଫୁଲ ଚିତ୍ରିତ ହୋଇଛି। ଏହା ଉତ୍ତରାଖଣ୍ଡର ରାଜକୀୟ ପୁଷ୍ପ ଅଟେ। କେଦାରନାଥ ପୂଜା କରିବାକୁ ଯିବା ସମୟରେ ସେଠାରେ ପ୍ରଧାନମନ୍ତ୍ରୀ ଏହି ଫୁଲ ଚଢ଼ାଇଥିଲେ। ଏଥିସହ ସେ ମଣିପୁରୀ ଷ୍ଟଲ କାନ୍ଧରେ ପକାଇଥିଲେ।

ଉଭୟ ଉତ୍ତରାଖଣ୍ଡ ଓ ମଣିପୁରରେ ଆସନ୍ତା ମାସ ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗେଟଅପ୍‌ ଏହି ୨ ରାଜ୍ୟ ତରଫକୁ ଇସାରା କରୁଛି। ଅଧିକାଂଶ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ବେଶଭୂଷାରେ ନଜର ଆସିଥାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଏପରି ଗେଟଅପ୍‌ ଆସନ୍ତା ନିର୍ବାଚନ ଆଡ଼କୁ ଇସାରା କରୁଥିବା କହିଛନ୍ତି ରାଜନୈତିକ ବିଶ୍ଳେଷକ ।

ସୂଚନାଯୋଗ୍ୟ, ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି  ପ୍ରଥମେ ନ୍ୟାସନାଲ ୱାର ମେମୋରିଆଲ ପହଞ୍ଚି  ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ। ଏହାପରେ  ୱାର ମେମୋରିଆଲ ଭିଜିଟର ବୁକ୍‌ରେ ଦସ୍ତଖତ କଲେ। ଏହାପରେ ପ୍ରଧାନମନ୍ତ୍ରୀ ରାଜପଥରେ ପହଞ୍ଚି ସେଠାରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ। ରାଷ୍ଟ୍ରପତି କୋବିନ୍ଦଙ୍କୁ ୨୧ ତୋପ ସଲାମୀ ଦେବା ପରେ ଆରମ୍ଭ ହେଲା ପରେଡ।

ଏହି ଅବସରରେ ରାଜପଥରେ ନାରୀ ସଶକ୍ତିକରଣର ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ରାଫେଲର ଏକମାତ୍ର ମହିଳା ଫାଇଟର ଶିବାଙ୍ଗୀ ସିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଲାମି ଦେଇଛନ୍ତି। ଏହାବାଦା ରାଜପଥରେ ଦେଶରେ ବିବିଧ ସଂସ୍କୃତିର ପ୍ରଦର୍ଶନ କରିବା ସହ ଅଲଗ ଅଲଗ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos