ଆମେରିକା ହେଲା ରାମମୟ

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ବୁଧବାର ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହା ଖାଲି ଭାରତ ନୁହଁ ବିଦେଶରେ ମଧ୍ୟ ଏହାକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି। ମନ୍ଦିର ଶିଳାନ୍ୟାସ ବା ଭୂମିପୂଜନ କାମ ଶେଷ ହେବା ପରେ ନ୍ୟୁୟର୍କର ବିଶ୍ୱ ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ରାମ ମନ୍ଦିରର ଏକ ଡିଜିଟାଲ ବିଲବୋର୍ଡ ପ୍ରଦର୍ଶିତ ହୋଇଥିଲା। ଅର୍ଥାତ୍ ଟାଇମ୍ସ ସ୍କୋୟାରରୁ, ବିଶ୍ୱର ବିଭିନ୍ନ ସ୍ଥାନର ଲୋକମାନେ ଏହି ଐତିହାସିକ ଦିନର ସାକ୍ଷୀ ହୋଇଛନ୍ତି। #WATCH […]

New-York’s-Times-Square (1)

Subhransu Sekhar
  • Published: Wednesday, 05 August 2020
  • , Updated: 05 August 2020, 10:27 PM IST

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ବୁଧବାର ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହା ଖାଲି ଭାରତ ନୁହଁ ବିଦେଶରେ ମଧ୍ୟ ଏହାକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି। ମନ୍ଦିର ଶିଳାନ୍ୟାସ ବା ଭୂମିପୂଜନ କାମ ଶେଷ ହେବା ପରେ ନ୍ୟୁୟର୍କର ବିଶ୍ୱ ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ରାମ ମନ୍ଦିରର ଏକ ଡିଜିଟାଲ ବିଲବୋର୍ଡ ପ୍ରଦର୍ଶିତ ହୋଇଥିଲା। ଅର୍ଥାତ୍ ଟାଇମ୍ସ ସ୍କୋୟାରରୁ, ବିଶ୍ୱର ବିଭିନ୍ନ ସ୍ଥାନର ଲୋକମାନେ ଏହି ଐତିହାସିକ ଦିନର ସାକ୍ଷୀ ହୋଇଛନ୍ତି।

https://twitter.com/ANI/status/1291020988012834817

ଆମେରିକୀୟ-ଭାରତୀୟ ଜନସମ୍ପର୍କ କମିଟିର ସଭାପତି ଜଗଦୀଶ ସେବାହାନୀ କହିଛନ୍ତି ଯେ ନ୍ୟୁୟର୍କରେ ଐତିହାସିକ ମୂହୁର୍ତ୍ତକୁ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇଛନ୍ତି। ଏହି ବିଶେଷ ଉତ୍ସବ ପାଇଁ ବିଶାଳ ନାସଡାକ୍ ସ୍କ୍ରିନ୍ ଏବଂ ୧୭,୦୦୦ ବର୍ଗଫୁଟର ରାପ୍ ଏଲଇଡି ଡିସପ୍ଲେ ସ୍କ୍ରିନ୍ ଟାଇମ୍ସ ସ୍କୋୟାରରୁ ସ୍ଥାପିତ ହୋଇଥିଲା।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୂମିପୂଜନ ବେଳେ ମୋଦିଙ୍କ ସହ ଶ୍ରୀ ରାମ ଜନମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ନୃତ୍ୟ ଗୋପାଲ ଦାସ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ।

Related story