ଦିଲୀପ କୁମାରଙ୍କ ଦୁଇ ଭାଇ କରୋନାରେ ସଂକ୍ରମିତ

ମୁମ୍ୱାଇ: ବଲିଉଡ ଅଭିନେତା ଦିଲୀପ କୁମାରଙ୍କ (ମହମ୍ମଦ ୟୁସୁଫ ଖାନ) ଭାଇ ଅହସାନ ଖାନ ଏବଂ ଅସଲମ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟ ଏବେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅହସାନ ଖାନଙ୍କୁ ୯୦ ବର୍ଷ ହୋଇଥିବାବେଳେ ଅସଲମ ଖାନ ତାଙ୍କଠାରୁ ଅଳ୍ପ ବୟସରେ ସାନ।

ଅହସାନ ଏବଂ ଅସଲମଙ୍କୁ ଶନିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଉଭୟ ଭାଇ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡ଼ିଥିଲା। ଉଭୟ ଭାଇଙ୍କ ଚିକିତ୍ସା କରୁଥିବା ଜଣାଶୁଣା ଡାକ୍ତର ଜଲିଲ ପାର୍କର କହିଛନ୍ତି ଯେ ଅସଲମ ଖାନ ଏବଂ ଅହସାନ ଖାନ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ହାଇପୋକ୍ସିଆ ଥିଲା। ତେଣୁ ଅମ୍ଳଜାନ ସ୍ତର କମ୍ ଥିଲା। ଉଭୟଙ୍କର କାଶ ଏବଂ ଜ୍ୱର ମଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି।

ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କହିଛନ୍ତି, “ଚିନ୍ତା କରିବାର କିଛି ନାହିଁ। ଉଭୟ ଅହସାନ ଏବଂ ଅସଲମ ଖୁବଶୀଘ୍ର ଘରକୁ ଫେରିବେ। ଡାକ୍ତର ଜଲିଲ ପାର୍କର ଏବଂ ଡକ୍ଟର ନିଖିଲ ଗୋଖଲେ ସେମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ଉଭୟ ଜଣେ ଜଣେ ଦକ୍ଷ ଡାକ୍ତର। ” ଏଥି ସହିତ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପ୍ରତିକ୍ରିୟା ଦେଇ ସାଇରା ବାନୁ କହିଛନ୍ତି ଯେ ଆପଣଙ୍କ ସମସ୍ତଙ୍କର ପ୍ରାର୍ଥନା ହେତୁ ସେ ବର୍ତ୍ତମାନ ଠିକ୍ ଅଛନ୍ତି ଏବଂ ଘରେ ବିଶ୍ରାମ ନେଉଛନ୍ତି।

ଆହୁରି ପଢ଼ନ୍ତୁ

ଆସାମର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସୈୟଦା ଅନୱର ତୈମୁରଙ୍କ ପରଲୋକ

ଋଣ ଉପରେ ଏସବିଆଇର ପାର୍ବଣ ଅଫର, ଜାଣନ୍ତୁ କ‘ଣ ରହିଛି ସୁବିଧା

ମାତ୍ର ୨୦ ଟଙ୍କା ପାଇଁ ପୁଅ ଆଗରେ ବାପାଙ୍କୁ ପିଟିପିଟି ହତ୍ୟା

ଶିବସେନା ପୁଣି ବିଜେପି ସହ ହାତ ମିଳାଉ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଭଗବାନ କୃଷ୍ଣ ଜନ୍ମଭୁମି ବିବାଦ: ୩୦ରେ ମସଜିଦ ଉଚ୍ଛେଦ ଆବେଦନର ଶୁଣାଣି

ମହାକାଶରେ ଖଣି ସନ୍ଧାନ କରିବ ଚାଇନା, ଜାଣନ୍ତୁ କିପରି

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି