ଦିଲ୍ଲୀପ କୁମାରଙ୍କୁ ମିଳିପାରେ ଭାରତରତ୍ନ

ମୁମ୍ୱାଇ:ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ଓରଫ ୟୁସୁଫ୍ ଖାନଙ୍କୁ ମିଳିପାରେ ଦେଶର ସବୋର୍ଚ୍ଚ ସମ୍ମାନ ଭାରତରତ୍ନ। ତାଙ୍କୁ ଭାରତରତ୍ନ ଦେଇ ମୋଦି ସରକାର ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ନିଜ ଛବିକୁ ସୁଧାରିବାକୁ ଚାହୁଁଥିବା କୁହାଯାଉଛି। ଦୀର୍ଘ ଦିନ ହେବ ଦିଲ୍ଲୀପ କୁମାର ଅସୁସ୍ଥ ଅଛନ୍ତି। ଯଦି ତାଙ୍କୁ ସରକାର ଏହି ସମ୍ମାନ ଦେବା ପାଇଁ ଘୋଷଣା କରନ୍ତି, ତା’ହେଲେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ତେଣୁ ଚର୍ଚ୍ଚା ହେଉଛି ଯେ […]

DilipKumar

DilipKumar

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 11:23 AM IST

ମୁମ୍ୱାଇ:ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ଓରଫ ୟୁସୁଫ୍ ଖାନଙ୍କୁ ମିଳିପାରେ ଦେଶର ସବୋର୍ଚ୍ଚ ସମ୍ମାନ ଭାରତରତ୍ନ। ତାଙ୍କୁ ଭାରତରତ୍ନ ଦେଇ ମୋଦି ସରକାର ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ନିଜ ଛବିକୁ ସୁଧାରିବାକୁ ଚାହୁଁଥିବା କୁହାଯାଉଛି।

ଦୀର୍ଘ ଦିନ ହେବ ଦିଲ୍ଲୀପ କୁମାର ଅସୁସ୍ଥ ଅଛନ୍ତି। ଯଦି ତାଙ୍କୁ ସରକାର ଏହି ସମ୍ମାନ ଦେବା ପାଇଁ ଘୋଷଣା କରନ୍ତି, ତା’ହେଲେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ତେଣୁ ଚର୍ଚ୍ଚା ହେଉଛି ଯେ ଅସୁସ୍ଥତା କାରଣରୁ ଦିଲ୍ଲୀପ କୁମାର ଦିଲ୍ଲୀ ଆସିବାରେ ଅସୁବିଧା ହେଲେ ତାଙ୍କୁ ତାଙ୍କ ଘରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପରମ୍ପରାକୁ ଭାଙ୍ଗି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଘରେ ସମ୍ମାନିତ କରିଥିଲେ।

୯୩ ବର୍ଷୀୟ ଦିଲ୍ଲୀପ କୁମାରଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଓ ୧୯୯୪ରେ ଦାଦା ସାହେବ ଫାଲକେ ଆୱାର୍ଡ ଓ ୨୦୧୫ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।

ଦିଲ୍ଲୀପ କୁମାର ‘ମୁଗଲ-ଏ-ଆଜାମ’,‘ଦେବଦାସ’, ‘ସୌଦାଗର’, ‘ଗଙ୍ଗା ଯମୁନା’, ‘ନୟା ଦୋର୍’ ଓ’ ‘ବିଧାତା’ ପରି ସୁପରିହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos