ଭାରତ ପାକିସ୍ତାନକୁ ପଠେଇଛି ଦ୍ୱାଦଶ ଅଭିଯୋଗ

ନୂଆଦିଲ୍ଲୀ: ଭାରତ ଇସ୍‌ଲାମବାଦରେ ଅବସ୍ଥାପିତ ନିଜ ଉଚ୍ଚ ଆୟୋଗ ଜରିଆରେ ପାକିସ୍ତାନକୁ ‘ନୋଟ୍‌ ୱର୍ବେଲ’(ରାଜନୈତିକ ସମ୍ବାଦ) ଜାରି କରିଛି। ସେଥିରେ ଭାରତୀୟ ଉଚ୍ଚ ଆୟୋଗର କର୍ମଚାରୀଙ୍କୁ ସେଠାରେ ଡରେଇବା, ଧମକେଇବା ଓ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ତିନି ମାସରୁ କମ୍‌ ସମୟ ମଧ୍ୟରେ ଏହା ଭାରତର ଦ୍ୱାଦଶତମ ଅଭିଯୋଗ । ଖବର ଅନୁଯାୟୀ ପାକିସ୍ତାନ ବିଦେଶ ମନ୍ତ୍ରାଳୟକୁ ପଠାଯାଇଥିବା ନୋଟ୍‌ରେ ଭାରତୀୟ ଉଚ୍ଚ ଆୟୋଗକୁ ହଇରାଣ କରାଯାଉଥିବାର ଦୁଇଟି ଘଟଣା ଉଲ୍ଲେଖ କରାଯାଇଛି।  ଗୋଟିଏ ଆଜିର […]

india-pakistan

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 06:20 PM IST

ନୂଆଦିଲ୍ଲୀ: ଭାରତ ଇସ୍‌ଲାମବାଦରେ ଅବସ୍ଥାପିତ ନିଜ ଉଚ୍ଚ ଆୟୋଗ ଜରିଆରେ ପାକିସ୍ତାନକୁ ‘ନୋଟ୍‌ ୱର୍ବେଲ’(ରାଜନୈତିକ ସମ୍ବାଦ) ଜାରି କରିଛି। ସେଥିରେ ଭାରତୀୟ ଉଚ୍ଚ ଆୟୋଗର କର୍ମଚାରୀଙ୍କୁ ସେଠାରେ ଡରେଇବା, ଧମକେଇବା ଓ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

ତିନି ମାସରୁ କମ୍‌ ସମୟ ମଧ୍ୟରେ ଏହା ଭାରତର ଦ୍ୱାଦଶତମ ଅଭିଯୋଗ । ଖବର ଅନୁଯାୟୀ ପାକିସ୍ତାନ ବିଦେଶ ମନ୍ତ୍ରାଳୟକୁ ପଠାଯାଇଥିବା ନୋଟ୍‌ରେ ଭାରତୀୟ ଉଚ୍ଚ ଆୟୋଗକୁ ହଇରାଣ କରାଯାଉଥିବାର ଦୁଇଟି ଘଟଣା ଉଲ୍ଲେଖ କରାଯାଇଛି।  ଗୋଟିଏ ଆଜିର ଘଟଣା ଓ ଦ୍ୱିତୀୟଟି ୧୫ ମାର୍ଚ୍ଚର ଘଟଣା।

ନିକଟରେ ଇସ୍‌ଲାମ୍‌ବାଦ୍‌ର ବ୍ଲୁ ଅଞ୍ଚଳରେ କିଣାକିଣି କରୁଥିବା କେତେକ ଭାରତୀୟ ଅଧିକାରୀଙ୍କୁ ଦୁଇଜଣ ଲୋକ ପିଛା କରି ହଇରାଣ କରିଥିଲେ। ସେ ସମୟରେ ତାଙ୍କୁ ଆପତ୍ତିଜନକ ଭାଷାରେ ମଧ୍ୟ ଗାଳିଗୁଲଜ କରାଯାଇଥିଲା।

ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ଦୁଇଟି ଘଟଣା ଉପରେ ଯାଞ୍ଚ କରିବାକୁ କୁହାଯାଇଥିବା ଜଣାପଡିଛି।

Related story