ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ଦିବ୍ୟାଙ୍କ ହୃଦୟ ବିଦାରକ ମେସେଜ

ନୂଆଦିଲ୍ଲୀ: ପରଲୋକରେ ମଡେଲ ତଥା ଅଭିନେତ୍ରୀ ଦିବ୍ୟା ଚୌକସି। କ୍ୟାନସରରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ତାଙ୍କର ପ୍ରଶଂସକଙ୍କ ପାଇଁ ନିଜର ବାର୍ତ୍ତା ଛାଡ଼ିଛନ୍ତି। ସେ ଲେଖିଛନ୍ତି, “ ମୁଁ  ମାସେ ହେବ ସମାଜରୁ ଦୂରରେ ରହିଛି। ଏହାରି ଭିତରେ ଅନେକ କିଛି ଘଟିଛି। ଯାହାକୁ କହିବା ପାଇଁ ଶବ୍ଦ ନାହିଁ। ସମୟ ଆସିଛି ମୁଁ କହି ରଖୁଛୁ, ମୁଁ ମୋର ମୃତ୍ୟୁ ଶଯ୍ୟାରେ ଅଛି। ଦୟାକରି କୌଣସି ପ୍ରଶ୍ନ […]

divya-chouksey

Subhransu Sekhar
  • Published: Sunday, 12 July 2020
  • , Updated: 12 July 2020, 09:34 PM IST

ନୂଆଦିଲ୍ଲୀ: ପରଲୋକରେ ମଡେଲ ତଥା ଅଭିନେତ୍ରୀ ଦିବ୍ୟା ଚୌକସି। କ୍ୟାନସରରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ତାଙ୍କର ପ୍ରଶଂସକଙ୍କ ପାଇଁ ନିଜର ବାର୍ତ୍ତା ଛାଡ଼ିଛନ୍ତି।

ସେ ଲେଖିଛନ୍ତି, “ ମୁଁ  ମାସେ ହେବ ସମାଜରୁ ଦୂରରେ ରହିଛି। ଏହାରି ଭିତରେ ଅନେକ କିଛି ଘଟିଛି। ଯାହାକୁ କହିବା ପାଇଁ ଶବ୍ଦ ନାହିଁ। ସମୟ ଆସିଛି ମୁଁ କହି ରଖୁଛୁ, ମୁଁ ମୋର ମୃତ୍ୟୁ ଶଯ୍ୟାରେ ଅଛି। ଦୟାକରି କୌଣସି ପ୍ରଶ୍ନ କର ନାହିଁ। ଡିସି ବାଏ। " ଦିବ୍ୟାଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି ଅମୀଶା ବର୍ମା।

ଦିବ୍ୟା ୨୦୧୧ ରେ ଏକ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୧୬ରେ ସେ ଅପନା ଦିଲ୍ ତୋ ଆୱାରା ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।୨୦୧୮ରେ, ଦିବ୍ୟା ପଟିଆଲା କୁଇନ୍ ଗୀତ ସହିତ ଏକ ଡେବ୍ୟୁ କରିଥିଲେ। ଦିବ୍ୟାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସହ କାମ କରିଥିବା ଅଭିନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦିବ୍ୟାଙ୍କ ପରିବାର ଭୋପାଳରେ ରହୁଥିଲେ। ତାଙ୍କ ବାପା ପେଶାରେ ଆଡଭୋକେଟ୍। ସେ ଭୋପାଳ ସ୍କୁଲରେ ପାଠ ପଢ଼ୁଥିଲେ। ଭୋପାଳରେ ସ୍ନାତକ ପରେ ଦିଲ୍ଲୀକୁ ଆସିଥିଲେ। ଏହା ସହ ସେ ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟରୁ ଅଭିନୟରେ ଶିକ୍ଷାଲାଭ କରିଛନ୍ତି।

Related story