ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଭାପତି ହୋଇଛନ୍ତି ବରିଷ୍ଠ ନେତା ଡି.କେ ଶିବକୁମାର। ସେ ଦିନେଶ ଗୁଣ୍ଡୁରାଓଙ୍କ ସ୍ଥାନ ନେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ଏହି ନିଯୁକ୍ତି ଦେଇଛନ୍ତି। ଶିବକୁମାରଙ୍କ ସହିତ ତିନି ଜଣିଆ କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ଦଳ ନିଯୁକ୍ତି ଦେଇଛି। ସିଦ୍ଧରମାୟା ସରକାରରେ ଶିବକୁମାର ରାଜ୍ୟରେ ଶକ୍ତିମନ୍ତ୍ରୀ ଥିଲେ।
https://twitter.com/INCSandesh/status/1237676505959784448
ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଢ଼ିବାରେ ଶିବକୁମାରଙ୍କର ମଧ୍ୟ ଅଗଦାନ ଥିଲା। ଯାହାକି ତାଙ୍କୁ ଗାନ୍ଧୀ ପରିବାରର ନିକଟତମ କରିଛି। ପିସିସି ସଭାପତି ହେବା ପୂର୍ବରୁ ୨୦୦୯ରେ ସେ କର୍ଣ୍ଣାଟକର କାର୍ଯ୍ୟକାରୀ ସଭାପତି ଥିଲେ। ରାଜ୍ୟରେ ଥିବା ବିଧାୟକଙ୍କ ମଧ୍ୟରୁ ଡି.କେ ଶିବକୁମାର ସବୁଠାରୁ ଧନୀ। ୨୦୧୩ରେ ନିର୍ବାଚନୀ ସତ୍ୟପାଠରେ ସେ ତାଙ୍କର ସମ୍ପତ୍ତି ୨୫୦ କୋଟି ବୋଲି ଦର୍ଶାଇଥିଲେ। ହେଲେ କର୍ଣ୍ଣାଟକର ଅନ୍ତିମ ବିଧାନସଭା ନିର୍ବାଚନ ବେଳେ ତାଙ୍କର ସମ୍ପତ୍ତି ୬୦୦ କୋଟି ଦର୍ଶାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।