ଆମ ରକ୍ତରେ ହିନ୍ଦୀ ନାହିଁ: ଡିଏମକେ ସୁପ୍ରିମୋ ଷ୍ଟାଲିନ୍‌

ଚେନ୍ନାଇ: ମାନବ ସମ୍ବଳ ମନ୍ତ୍ରଣାଳୟର ପ୍ରସ୍ତାବିତ ନୂଆ ଶିକ୍ଷା ନୀତିକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌। ସେ କହିଛନ୍ତି, ହିନ୍ଦୀ ତାମିଲନାଡ଼ୁ ଲୋକଙ୍କ ରକ୍ତରେ ନାହିଁ। କେ କସ୍ତୁରିରଙ୍ଗନ୍‌ କମିଟି କେନ୍ଦ୍ର ସରକାରଙ୍କ ନିକଟରେ ନୂତନ ଶିକ୍ଷା ନୀତି ପାଇଁ ଡ୍ରାଫ୍ଟ ଉପସ୍ଥାପନ କରିବାପରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ସ୍କୁଲ ସ୍ତରରେ ତ୍ରିଭାଷୀ (ମାତୃଭାଷା, ଇଂରାଜୀ ଏବଂ ହିନ୍ଦୀ) ବ୍ୟବସ୍ଥା କରାଯାଇଛି। ଏପରିକି ଅଣହିନ୍ଦୀ ରାଜ୍ୟଗୁଡ଼ିକରେ ପ୍ରିସ୍କୁଲରୁ […]

stalin2

stalin2

Subrat Kumar Nayak
  • Published: Sunday, 02 June 2019
  • Updated: 02 June 2019, 06:01 PM IST

Sports

Latest News

ଚେନ୍ନାଇ: ମାନବ ସମ୍ବଳ ମନ୍ତ୍ରଣାଳୟର ପ୍ରସ୍ତାବିତ ନୂଆ ଶିକ୍ଷା ନୀତିକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌। ସେ କହିଛନ୍ତି, ହିନ୍ଦୀ ତାମିଲନାଡ଼ୁ ଲୋକଙ୍କ ରକ୍ତରେ ନାହିଁ। କେ କସ୍ତୁରିରଙ୍ଗନ୍‌ କମିଟି କେନ୍ଦ୍ର ସରକାରଙ୍କ ନିକଟରେ ନୂତନ ଶିକ୍ଷା ନୀତି ପାଇଁ ଡ୍ରାଫ୍ଟ ଉପସ୍ଥାପନ କରିବାପରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ସ୍କୁଲ ସ୍ତରରେ ତ୍ରିଭାଷୀ (ମାତୃଭାଷା, ଇଂରାଜୀ ଏବଂ ହିନ୍ଦୀ) ବ୍ୟବସ୍ଥା କରାଯାଇଛି। ଏପରିକି ଅଣହିନ୍ଦୀ ରାଜ୍ୟଗୁଡ଼ିକରେ ପ୍ରିସ୍କୁଲରୁ ଦ୍ୱାଦଶ ଯାଏ ହିନ୍ଦୀ ରଖିବାକୁ ଏଥିରେ ଥିବା ପ୍ରସ୍ତାବକୁ ଦକ୍ଷିଣ ଭାରତରେ, ବିଶେଷ କରି ତାମିଲନାଡ଼ୁରେ ବିରୋଧ କରାଯାଉଛି।

୫୦୦ ପୃଷ୍ଠାର ଏହି ରିପୋର୍ଟରେ କୁହାଯାଇଛି, ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ଛାତ୍ରଛାତ୍ରୀ ମାତୃଭାଷା ସହ ଇଂରାଜୀ ଏବଂ ହିନ୍ଦୀ ପଢ଼ିବେ। ଅନ୍ୟପକ୍ଷରେ, ହିନ୍ଦୀଭାଷୀ ରାଜ୍ୟରେ ହିନ୍ଦୀ ବ୍ୟତୀତ ଇଂରାଜୀ ଏବଂ ଅନ୍ୟ ଏକ ଭାରତୀୟ ଭାଷା ରଖିବାକୁ କସ୍ତୁରିରଙ୍ଗନ୍‌ କମିଟି ପ୍ରସ୍ତାବ ଦେଇଛି ।

ଏହି ପ୍ରସଙ୍ଗକୁ ଡିଏମ୍‌କେ ସାଂସଦ ଗୃହରେ ଜୋରଦାର ଢଙ୍ଗରେ ଉଠାଇବେ ବୋଲି କହିଛନ୍ତି ଷ୍ଟାଲିନ୍‌। ସେ କହିଛନ୍ତି, ତାମିଲନାଡ଼ୁରେ ହିନ୍ଦୀ ଲଦିବା ମହୁଫେଣାରେ ଟେକା ମାରିବା ପରି। ସେ ଆହୁରି କହିଛନ୍ତି, ଯଦି ଏହା ଲାଗୁ ହୁଏ ଡିଏମ୍‌କେ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ଯୁଦ୍ଧ ଡାକରା ଦେବ। ଏଭଳି ପ୍ରସ୍ତାବ ଦେଶକୁ ଖଣ୍ଡ ଖଣ୍ଡ କରିଦେବ ବୋଲି ସେ ଚେତାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos