ନିର୍ଭୟା ଦୋଷୀଙ୍କୁ ଏକୁଟିଆ ଶୌଚାଳୟ ମନା

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଫାଶୀ ତାରିଖ ନେଇ କୋର୍ଟ ଘୋଷଣା କରିବା ପରେ ଦୋଷୀଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଛି। ଏହାକୁ ନଜରରେ ରଖି ତିହାର ଜେଲ ପ୍ରଶାସନ ଦୋଷୀଙ୍କ ଶୌଚାଳୟ ଉପରେ ମଧ୍ୟ ନଜର ରଖିଛି। ତିହାର ଜେଲ ପ୍ରଶାସନ ତରଫରୁ ଏ ନେଇ ବ୍ୟବସ୍ଥା କରାଯାଇଛି। ଦିନ-ରାତି ଏହି ଚାରି ଦୋଷୀଙ୍କ ଉପରେ କଡ଼ା ନଜର ରଖିଛି ତିହାର ଜେଲ ପ୍ରଶାସନ। ଏମିତିକି […]

tihar jail

Subhransu Sekhar
  • Published: Saturday, 25 January 2020
  • , Updated: 25 January 2020, 02:50 PM IST

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଫାଶୀ ତାରିଖ ନେଇ କୋର୍ଟ ଘୋଷଣା କରିବା ପରେ ଦୋଷୀଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଛି। ଏହାକୁ ନଜରରେ ରଖି ତିହାର ଜେଲ ପ୍ରଶାସନ ଦୋଷୀଙ୍କ ଶୌଚାଳୟ ଉପରେ ମଧ୍ୟ ନଜର ରଖିଛି। ତିହାର ଜେଲ ପ୍ରଶାସନ ତରଫରୁ ଏ ନେଇ ବ୍ୟବସ୍ଥା କରାଯାଇଛି। ଦିନ-ରାତି ଏହି ଚାରି ଦୋଷୀଙ୍କ ଉପରେ କଡ଼ା ନଜର ରଖିଛି ତିହାର ଜେଲ ପ୍ରଶାସନ। ଏମିତିକି ଏହି ୪ ଦୋଷୀଙ୍କ ଜେଲର ପ୍ରକୋଷ୍ଠକୁ ବଦଳାଯାଉଛି।

ଫାଶୀ ଦେବା ପୂର୍ବରୁ ଦୋଷୀଙ୍କୁ ଅନ୍ତିମ ଇଚ୍ଛା ବାବଦରେ ଜେଲ୍ କତ୍ତୃପକ୍ଷ ପଚାରିଥିଲେ। ହେଲେ କୌଣସି ଦୋଷୀ ଫାଶୀ ବାବଦରେ କିଛି ମତ ରଖି ନାହାନ୍ତି। ଏହାପରେ ପରିବାର ଲୋକଙ୍କୁ ଜେଲ କତ୍ତୃପକ୍ଷ ତରଫରୁ ଚିଠି ପଠାଯାଇଛି। ଫାଶୀ ପୂର୍ବରୁ ଦେଖା କରିବା ପାଇଁ ଚାହୁଁଥିଲେ ଜେଲ୍ ପ୍ରଶାସନ ସହ ଯୋଗାଯୋଗ କରିବା ପାଇଁ ଚିଠିରେ କୁହାଯାଇଛି।

ସୂଚନାଯୋଗ୍ୟ, ଫାଶୀ ତାରିଖ ଘୋଷଣା ହେବା ପରେ ମୁକେଶ ସିଂହ ଏବଂ ବିନୟ ଶର୍ମାଙ୍କ ସ୍ୱଭାବରେ ପରିବର୍ତ୍ତନ ହୋଇଛି। ମୁକେଶ ସିଂହ ନିଜକୁ ଜେଲର ପ୍ରକୋଷ୍ଠରେ ବନ୍ଦ କରି ଦେଇଥିଲା। ସେହିପରି ବିନୟ ଶର୍ମା ଜେଲରେ ଥିବା ବେଳେ ଯେଉଁ କଏଦୀଙ୍କ ସହ ତା’ର ସମ୍ପର୍କ ଭଲ ସେମାନଙ୍କ ସହ ମିଶିବାକୁ ଦାବି କରୁଛି। ବିନୟ ଖାଇବା ପିଇବା ଛାଡ଼ି ଦେଇଛି। ଖାଇବା ପାଇଁ ଅଧିକ ଥର କୁହାଗଲେ ରାଗି ଯାଇ ହିଂସ୍ର ହୋଇ ଉଠୁଥିବା ଦେଖିବାକୁ ମିଳିଛି। ହେଲେ ଅନ୍ୟ ଦୁଇ ଦୋଷୀ ପବନ ଗୁପ୍ତା ଏବଂ ଅକ୍ଷୟ ଠାକୁରର ସ୍ୱଭାବ ଅପରିବର୍ତ୍ତିତ ରହିଛି। ଶୁକ୍ରବାର ମୁକେଶ ଏବଂ ବିନୟ ପରିବାର ଲୋକଙ୍କ ସହିତ ଅଧଘଣ୍ଟାଏ ଧରି କଥାବାର୍ତ୍ତା କରିଥିଲେ।

Related story