ହସ୍ପିଟାଲ୍‌ରେ ରୋଗୀଙ୍କୁ ଡାକ୍ତରଙ୍କ ନିସ୍ତୁକ ମାଡ଼, ଦେଖନ୍ତୁ ଭିଡିଓ

ଜୟପୁର: ଡାକ୍ତରଙ୍କୁ ରୋଗୀମାନେ ଭଗବାନ ବୋଲି ମାନନ୍ତି। ହେଲେ ରାଜସ୍ଥାନର ଜୟପୁର ଠାରେ ଏହି କଥାଟି ଭୁଲ ପ୍ରମାଣିତ ହୋଇଛି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରୁଥିବାର ଚାକ୍ଷୁସ ପ୍ରମାଣ ସାମ୍ନାକୁ ଆସିଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୟପୁର ଠାରେ ଥିବା ସୱାଇ ମାନସିଂହ ମେଡିକାଲ କଲେଜ୍‌ରେ ରବିବାର ଦିନ ଘଟିଥିବା ଜଣାପଡ଼ିଛି। ଭିଡିଓ ଅନୁଯାୟୀ ବ୍ଲୁ ଟି-ଶାର୍ଟ ପିନ୍ଧିଥିବା ଜଣେ […]

e

Hemant Lenka
  • Published: Monday, 03 June 2019
  • , Updated: 03 June 2019, 10:05 PM IST

ଜୟପୁର: ଡାକ୍ତରଙ୍କୁ ରୋଗୀମାନେ ଭଗବାନ ବୋଲି ମାନନ୍ତି। ହେଲେ ରାଜସ୍ଥାନର ଜୟପୁର ଠାରେ ଏହି କଥାଟି ଭୁଲ ପ୍ରମାଣିତ ହୋଇଛି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଡାକ୍ତର ନିସ୍ତୁକ ମାଡ଼ ମାରୁଥିବାର ଚାକ୍ଷୁସ ପ୍ରମାଣ ସାମ୍ନାକୁ ଆସିଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୟପୁର ଠାରେ ଥିବା ସୱାଇ ମାନସିଂହ ମେଡିକାଲ କଲେଜ୍‌ରେ ରବିବାର ଦିନ ଘଟିଥିବା ଜଣାପଡ଼ିଛି।

ଭିଡିଓ ଅନୁଯାୟୀ ବ୍ଲୁ ଟି-ଶାର୍ଟ ପିନ୍ଧିଥିବା ଜଣେ ରେସିଡେଣ୍ଟ ଡାକ୍ତର ରୋଗୀମାନଙ୍କୁ ଦେଖିବା ପାଇଁ ଆସିଥିଲେ। ଏହି ସମୟରେ ସେ ହଠାତ୍‌ ଧଳା ହାତକଟା ଗେଞ୍ଜି ପିନ୍ଧିଥିବା ଜଣେ ରୋଗୀଙ୍କୁ ମୁଥ ପରେ ମୁଥ ମାରି ଚାଲିଛନ୍ତି। ଏପରି କି ବେଡ୍‌ ଉପରେ ଚଢ଼ି ଡାକ୍ତର ଜଣଙ୍କ ରୋଗୀଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ଏଥିରେ ରହିଛି। ତେବେ ସେଠାରେ ଥିବା ଅନ୍ୟ ଡାକ୍ତରମାନେ ମାଡ଼ ମାରୁଥିବା ଡାକ୍ତରଙ୍କୁ ଅଟକାଇଥିଲେ। ଡାକ୍ତର ଜଣଙ୍କ ଯିବା ପୂର୍ବରୁ ରୋଗୀଙ୍କୁ ଅଙ୍ଗୁଳି ଦେଖାଇ ଧମକ ଦେଉଥିବା ମଧ୍ୟ ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ:

ସୌଜନ୍ୟ- ଏଏନ୍‌ଆଇ

https://twitter.com/i/status/1135545865437884416

Related story