ଖାଦ୍ୟ ନଳୀରୁ ବାହାରିଲା ଟଙ୍କିକିଆ କଏନ

ମୁମ୍ୱାଇ: ଏକ ଆଠ ବର୍ଷର ଛୁଆର ଖାଦ୍ୟ ନଳୀରୁ ଟଙ୍କିକିଆ କଏନ ବାହାର କରିବାରେ ସଫଳ ହୋଇଛନ୍ତି ଏକ ଡାକ୍ତରୀ ଟିମ୍। ମୁମ୍ୱାଇରେ ଥିବା ନାନବତୀ ହସ୍ପିଟାଲର ଡାକ୍ତରମାନେ ଏଣ୍ଡୋସ୍କୋପିକ କରି କଏନଟିକୁ ପିଲାଟିର ଖାଦ୍ୟ ନଳୀରୁ ବାହାର କରିବାରେ ସଫଳ ହୋଇଛନ୍ତି। ମୁମ୍ୱାଇ ଆନ୍ଧେରୀର ଏହି ବାଳକ ଭୁଲ ବଶତଃ ଟଙ୍କିକିଏ କଏନଟିକୁ ଗିଳି ଦେଇଥିଲା। କଏନଟିକୁ ଗିଳି ଦେବା ପରେ ବାନ୍ତି, ଅଣ ନିଃଶ୍ୱାସୀ ହେବା ସହିତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲା ୮ […]

coin

Subhransu Sekhar
  • Published: Saturday, 18 July 2020
  • , Updated: 18 July 2020, 07:49 AM IST

ମୁମ୍ୱାଇ: ଏକ ଆଠ ବର୍ଷର ଛୁଆର ଖାଦ୍ୟ ନଳୀରୁ ଟଙ୍କିକିଆ କଏନ ବାହାର କରିବାରେ ସଫଳ ହୋଇଛନ୍ତି ଏକ ଡାକ୍ତରୀ ଟିମ୍। ମୁମ୍ୱାଇରେ ଥିବା ନାନବତୀ ହସ୍ପିଟାଲର ଡାକ୍ତରମାନେ ଏଣ୍ଡୋସ୍କୋପିକ କରି କଏନଟିକୁ ପିଲାଟିର ଖାଦ୍ୟ ନଳୀରୁ ବାହାର କରିବାରେ ସଫଳ ହୋଇଛନ୍ତି। ମୁମ୍ୱାଇ ଆନ୍ଧେରୀର ଏହି ବାଳକ ଭୁଲ ବଶତଃ ଟଙ୍କିକିଏ କଏନଟିକୁ ଗିଳି ଦେଇଥିଲା।

କଏନଟିକୁ ଗିଳି ଦେବା ପରେ ବାନ୍ତି, ଅଣ ନିଃଶ୍ୱାସୀ ହେବା ସହିତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲା ୮ ବର୍ଷର ଏହି ବାଳକ। ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ନର୍ସିଂ ହୋମକୁ ନେଇଥିଲେ ହେଲେ କେହି ରାଜି ହୋଇନଥିଲେ। ପାଖାପାଖି ଛଅ ଘଣ୍ଚା ଅନେକ ନର୍ସିଂ ହୋମକୁ ଯାଇ ପରିବାର ଲୋକେ ନିରାଶ ହୋଇଥିଲେ। ପରେ ନାନାବତୀ ହସ୍ପିଟାଲର ଡାକ୍ତରମାନେ ଅପରେସନ କରି କଏନଟିକୁ ଖାଦ୍ୟ ନଳୀରୁ ବାହାର କରିବାରେ ସଫଳ ହୋଇଛନ୍ତି।

ନାନାବତୀ ହସ୍ପିଟାଲର ଇଏନଟି ବିଶେଷଜ୍ଞ ଡକ୍ଚର ଅମୋଲ ପାଟିଲ କହିଛନ୍ତି, “କଏନଟିକୁ ପିଲାଟି ଗିଳି ଦେବା ପରେ ଏହା ଖାଦ୍ୟ ନଳୀର ଉପରିଭାଗ ଓଏସୋଫାଗସରେ ଅଟକି ରହିଥିଲା। ଏକ୍ସରେ ପରେ କଏନର ସ୍ଥିତି ବାବଦରେ ଜଣାପଡ଼ିଥିଲା। ଏହାପରେ ଏକ ଡାକ୍ତରୀ ଟିମ୍ ଅପରେସନ କରି କଏନଟିକୁ ବାହାର କରିବାରେ ସଫଳ ହୋଇଛନ୍ତି। ତେବେ ଆଉ ଟିକିଏ ବିଳମ୍ୱ ହୋଇଥିଲେ ପିଲାଟିର ଜୀବନ ପ୍ରତି ବିପଦ ରହିଥାନ୍ତା। କଏନଟିକୁ ଗିଳି ଦେଇଥିବାରୁ ପିଲାଟି ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲା। ଅପରେସନ ପରେ କିଛି ସମୟ ପାଇଁ ଛୁଆଟିକୁ ଡାକ୍ତରମାନେ ଅବଜରଭେସନରେ ରଖିଥିଲେ। ଖାଇବା ପିଇବା ଠିକଠାକ କରିବା ପରେ ଛୋଟ ଛୁଆଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି”।

Related story