ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ନୈଶ୍ୟଭୋଜିର ଆୟୋଜନ କରିଛନ୍ତି। ଏହି ଭୋଜିକୁ ଦେଶର ବଡ଼ ବଡ଼ିଆଙ୍କୁ ଆମନ୍ତ୍ରଣ କରାଯାଇଛି। ଆମନ୍ତ୍ରଣକୁ ସ୍ୱୀକାର କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ସୋମବାର ଯୋଗଦେବେ ନାହିଁ ବୋଲି ରାଷ୍ଟ୍ରପତି ଭବନକୁ ଜଣାଇଛନ୍ତି ମନମୋହନ ସିଂହ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।
କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇନଥିବାରୁ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। କାରଣ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧୀ ଦଳର କୌଣସି ନେତା ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ନୈଶ୍ୟ ଭୋଜିରେ ଯୋଗ ଦେବେ ନାହିଁ। ଟ୍ରମ୍ପଙ୍କ ଗସ୍ତ ବେଳେ ମୋଦୀ ସରକାର ବିରୋଧୀଙ୍କୁ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।