ଟ୍ରମ୍ପଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କରୋନାରେ ଆକ୍ରାନ୍ତ

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଏନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ହେଉଛନ୍ତି ରବର୍ଟ ଓବ୍ରାଏନ। ଡୋନାଲ୍ଡ ଟ୍ରମ୍ପଙ୍କ ସଂସ୍ପର୍ଶରେ ଅନ୍ତିମ ଥର ପାଇଁ ଓବ୍ରାଏନ କେବେ ଆସିଥିଲେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ନିକଟରେ ଓବ୍ରାଏନ୍ ୟୁରୋପ ଗସ୍ତ ସାରି ଆସିଥିଲେ। ୟୁରୋପ ଗସ୍ତ ବେଳେ ସେ ୟୁକେ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏହି ଯାତ୍ରା ସମୟରେ ଓବ୍ରାଏନ […]

Robert-OBrien (1)

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 08:53 PM IST

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଏନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ହେଉଛନ୍ତି ରବର୍ଟ ଓବ୍ରାଏନ। ଡୋନାଲ୍ଡ ଟ୍ରମ୍ପଙ୍କ ସଂସ୍ପର୍ଶରେ ଅନ୍ତିମ ଥର ପାଇଁ ଓବ୍ରାଏନ କେବେ ଆସିଥିଲେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ନିକଟରେ ଓବ୍ରାଏନ୍ ୟୁରୋପ ଗସ୍ତ ସାରି ଆସିଥିଲେ। ୟୁରୋପ ଗସ୍ତ ବେଳେ ସେ ୟୁକେ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏହି ଯାତ୍ରା ସମୟରେ ଓବ୍ରାଏନ ସାମାଜିକ ଦୂରତା ପାଳନ କରିନଥିଲେ କି ମାସ୍କ ବ୍ୟବହାର କରିନଥିବା ଅନ୍ତର୍ଜାତୀୟ ଗଣାମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଆମେରିକା ସରକାରର ପ୍ରଶାସନିକ ବିଭାଗ କହିଛି, ଓବ୍ରାଏନ ସପ୍ତାହେ ହେବ ଘରେ ରହି କାମ କରୁଥିଲେ। ଗତ ସପ୍ତାହରେ କିନ୍ତୁ ସେ ତାଙ୍କ ଅଫିସକୁ ଯାଇଥିଲେ। ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ଅଫିସ ହ୍ୱାଇଟ୍ ହାଉସର ଏକ କ୍ୟାଫେଟେରିଆ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଓବ୍ରାଏନଙ୍କୁ କରୋନା ନେଇ ସତର୍କ ରହିବାକୁ ପ୍ରଶାସନ ଚେତାବନୀ ଦେଇଥିଲା।

ସୂଚନାଯୋଗ୍ୟ, ବିଶ୍ୱର ୨୧୦ରୁ ଅଧିକ ଦେଶ ଏବେ କରୋନାରେ ଆକ୍ରାନ୍ତ। ଆମେରିକା ଏହି ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ରବିବାର ସୁଦ୍ଧା ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୧୭୬,୭୧୬ରେ ପହଞ୍ଚିଥିବା ବେଳେ ୧୪୬,୪୨୦ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ସବୁଠୁ ବଡ଼ ରାଜ୍ୟ କାଲିଫର୍ଣ୍ଣିଆ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

Related story