ସଂକ୍ରମିତ ହେଉଛି HPV ରୋଗ, HIV ଭୂତାଣୁଠୁ ବି ମାରାତ୍ମକ: ଜାଣନ୍ତୁ ରୋଗର ଲକ୍ଷଣ

ପ୍ରତ୍ୟେକ ମଣିଷ ପ୍ରେମ କରେ। ଏହା ଏକ ସହଜାତ ପ୍ରବୃତି। କେତେବେଳେ କିଏ କାହା ପ୍ରେମରେ ପଡିଯିବ ତାହା କହିହେବ ନାହିଁ। ପ୍ରେମରେ ପଡିଲା ପରେ ତାକୁ ପ୍ରକାଶ କରିବାର ବିଭିନ୍ନ ଉପାୟ ରହିଥାଏ। ଯେମିତିକି ଚୁମ୍ବନ ବା କିସ୍‌। ଚୁମ୍ବନ ଦ୍ୱାରା ପ୍ରେମର ପ୍ରକାଶ କରାଯାଏ। ପ୍ରେମରେ ବନ୍ଧାଥିବା ଦୁଇ ମଣିଷ ପରସ୍ପରକୁ ଚୁମ୍ବନ କରୁଥିବେ ନିଶ୍ଚିତ। ଆପଣବି ଯଦି କେବେ ପ୍ରମ କରିଥିବେ ତେବେ କେବେ ନା କେବେ ମୁଖ ଚୁମ୍ବନ କରିଥିବେ। ମନରେ […]

kiss img final

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 10:21 AM IST

ପ୍ରତ୍ୟେକ ମଣିଷ ପ୍ରେମ କରେ। ଏହା ଏକ ସହଜାତ ପ୍ରବୃତି। କେତେବେଳେ କିଏ କାହା ପ୍ରେମରେ ପଡିଯିବ ତାହା କହିହେବ ନାହିଁ। ପ୍ରେମରେ ପଡିଲା ପରେ ତାକୁ ପ୍ରକାଶ କରିବାର ବିଭିନ୍ନ ଉପାୟ ରହିଥାଏ। ଯେମିତିକି ଚୁମ୍ବନ ବା କିସ୍‌। ଚୁମ୍ବନ ଦ୍ୱାରା ପ୍ରେମର ପ୍ରକାଶ କରାଯାଏ। ପ୍ରେମରେ ବନ୍ଧାଥିବା ଦୁଇ ମଣିଷ ପରସ୍ପରକୁ ଚୁମ୍ବନ କରୁଥିବେ ନିଶ୍ଚିତ। ଆପଣବି ଯଦି କେବେ ପ୍ରମ କରିଥିବେ ତେବେ କେବେ ନା କେବେ ମୁଖ ଚୁମ୍ବନ କରିଥିବେ। ମନରେ ଥିବା ଭଲ ପାଇବା ଓ ଆବେଗକୁ ମୁଖ ଚୁମ୍ବନ ମାଧ୍ୟମରେ ପରିପ୍ରକାଶ କରାଯାଏ।  କିନ୍ତୁ ଏହି ଚୁମ୍ବନର କ୍ଷଣିକ ସୁଖ ଯେ ଆପଣଙ୍କ ଜୀବନ ନେଇପାରେ। ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି?

କେନ୍ୟାର କିସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଏହା ଜଣାପଡିଛି। ଗବେଷଣାରୁ ଚିହ୍ନଟ ହୋଇଛି 'ଏଚ୍‌ପିଭି' ଭୂତାଣୁ। 'ଏଚ୍‌ପିଭି' ଏକ ସଂକ୍ରାମକ ରୋଗ ଯାହାଦ୍ୱାରା ମୁଖ କ୍ୟାନ୍‌ସର୍‌ ହୋଇଥାଏ। ମୁହଁର ତରଳ ପଦାର୍ଥ ମାଧ୍ୟମରେ ଏହି ରୋଗ ବଢିଥାଏ। ତେଣୁ ଲୋକୋଙ୍କୁ ମୁଖ ଚୁମ୍ବନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ରୋଗର ଲକ୍ଷଣ

ଗଳା ସମସ୍ୟା, ବାନ୍ତି, ଜ୍ୱର ଏବଂ ପେଟ କାଟିବା ଏହି ରୋଗର ଲକ୍ଷଣ।

ଏହି ରୋଗ ଏବେ କେନ୍ୟାରେ ଦେଖାଦେଇଛି। ଏଚ୍‌ପିଭି ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଆଫ୍ରିକାର ଦକ୍ଷିଣ ଭାଗରେ ମଧ୍ୟ ଏହି ରୋଗ ଚିହ୍ନଟ ହେଲାଣି। ଖୁବ୍‌ ଶୀଘ୍ର ଆଫ୍ରିକାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିପାରେ।

Related story