ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାଠାରେ ଏକ ଡବଲ୍-ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାନ୍ଦ୍ରାରେ ସାନ୍ତାକ୍ରୁଜରେ ଏହି ଅଘଟଣ ଘଟିଛି। ଏକ ରେଲୱେ ବ୍ୟାରିକେଡ୍ରେ ବସ୍ର ଉପର ଛାତ ବାଜି ଯିବାରୁ ବସ୍ ଛାତର ଉପରିଭାଗଟି ବାହାରି ଯାଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣା ଲାଗି କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା।
ପ୍ରବଳ ବର୍ଷା ଯୋଗୁଁ ବନ୍ୟାପାଣିରେ ମୁମ୍ବାଇର ଅନେକ ଅଞ୍ଚଳରେ ଲୋକେ ଫସି ରହିଛନ୍ତି। ଏପରିକି ସେମାନଙ୍କ ପାଖକୁ ଖାଦ୍ୟ ପଦାର୍ଥ ପହଞ୍ଚିପାରୁ ନାହିଁ। ଏଭଳି ସ୍ଥିତିରେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ପରେ ଏହି ବସ୍ରେ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା। ଖଦ୍ୟ ଯୋଗାଣ ପାଇଁ ବସ୍ଟି କାଲିନାରେ ଅଞ୍ଚଳରେ ଥିବା ମୁମ୍ବାଇ ୟୁନିଭର୍ସିଟି ଅଭିମୁଖେ ଯାଉଥିବା ବେଳେ ରେଲୱେ ବ୍ୟାରିକେଡ୍ରେ ବସ୍ର ଉପର ଅଂଶ ଧକ୍କା ହେବାରୁ ଏଭଳି ଅଘଟଣ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୪ ଛୁଆ ଜନ୍ମ କରିବାକୁ ବ୍ରାହ୍ମଣ ଦମ୍ପତିଙ୍କୁ ଅଫର!
ସନାତନ ଧର୍ମକୁ ରକ୍ଷା କରିବାକୁ ହେଲେ ବ୍ରାହ୍ମଣ ଦମ୍ପତିଙ୍କୁ ୪ଟି ଲେଖାଏଁ ଛୁଆ ଜନ୍ମ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି 'ପର୍ଶୁରାମ କଲ୍ୟାଣ ବୋର୍ଡ'ର ଅଧ୍ୟକ୍ଷ। ମଧ୍ୟପ୍ରଦେଶରେ ବ୍ରାହ୍ମଣ ସମାଜ ସଂଗଠନ 'ପର୍ଶୁରାମ କଲ୍ୟାଣ ବୋର୍ଡ' ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବୋର୍ଡ।
National
୧୫ ତାରିଖରେ ହେବାକୁ ଥିବା UGC-NET ପରୀକ୍ଷା ସ୍ଥଗିତ
ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।
Politics
ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ
ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।
Events & Festivals
ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।
Crime
ଖାଇବା ନେଇ ଆସିଥିଲେ ବାପା ମାଆ, ଦେଖିଲେ ହଷ୍ଟେଲରେ ଝୁଲୁଛି ପୁଅର ମୃତଦେହ
ଖଡ଼ଗପୁର ଆଇଆଇଟିରେ ଛାତ୍ର ଆତ୍ମହତ୍ୟା। ହଷ୍ଟେଲରେ ପୁଅକୁ ଭେଟିବାକୁ ଯାଇଥିବାବେଳେ ମୃତଦେହ ଝୁଲୁଥିବା ଦେଖିଲେ ବାପା ମାଆ।