ଡ୍ରଗ୍ସ ଅଭିଯୋଗ ନେଇ ମୁହଁ ଖୋଲିଲେ ଦିଆ ମୀର୍ଜା

ମୁମ୍ୱାଇ: ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ବିବାଦ ଘେରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମୀର୍ଜା। ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ମୋ ଜୀବନରେ କେବେବି ଡ୍ରଗ୍ସ ସେବନ କରି ନାହିଁ। ଯାହା ଖବର ଚାଲିଛି ତାହା ସମ୍ପୂର୍ଣ୍ଣ ମିଛ। ଏହା ମୋର ଭାବମୂର୍ତ୍ତିକୁ ଖରାପ କରିଛି। ସେ ଏହାକୁ ନେଇ ଆଇନରେ ଲଢ଼େଇ କରିବେ ବୋଲି କହିଛନ୍ତି। ଡ୍ରଗ୍ସ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ୍। ଏଭଳି ଖବର […]

DIYA MIRZA (2)

Subhransu Sekhar
  • Published: Tuesday, 22 September 2020
  • , Updated: 22 September 2020, 07:55 PM IST

ମୁମ୍ୱାଇ: ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ବିବାଦ ଘେରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମୀର୍ଜା। ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ମୋ ଜୀବନରେ କେବେବି ଡ୍ରଗ୍ସ ସେବନ କରି ନାହିଁ। ଯାହା ଖବର ଚାଲିଛି ତାହା ସମ୍ପୂର୍ଣ୍ଣ ମିଛ। ଏହା ମୋର ଭାବମୂର୍ତ୍ତିକୁ ଖରାପ କରିଛି। ସେ ଏହାକୁ ନେଇ ଆଇନରେ ଲଢ଼େଇ କରିବେ ବୋଲି କହିଛନ୍ତି। ଡ୍ରଗ୍ସ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ୍। ଏଭଳି ଖବର ତାଙ୍କ କ୍ୟାରିଅରକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏବେ ବଲିଉଡର ବଡ଼ ବଡ଼ ଚେହେରାଙ୍କ ଗୁମର ଫିଟିବାରେ ଲାଗିଛି। ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ବଲିଉଡ ଚେହେରା ଏନସିବି ରାଡାରେ ଆସୁଛନ୍ତି। ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁରଙ୍କ ପରେ ସୋମବାର ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାରେ ଗି୍ରଫ ହୋଇଥିବା ଅନୁଜ କେଶଓ୍ୱାନୀ ଅଭିନେତ୍ରୀ ଦିଆ ମୀର୍ଜୀଙ୍କ ନାମ ଏନସିବି ଆଗରେ ନେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସୂଚନାନୁସାରେ, କେଶୱାନୀ ତଦନ୍ତ ବେଳେ କୁଆଡେ ଏନସିବି ଆଗରେ କହିଛନ୍ତି ଯେ ଦିଆଙ୍କ ମ୍ୟାନେଜର ଡ୍ରଗ୍ କିଣୁଥିଲେ, ଏହାର ପ୍ରମାଣ ସେ ଦେଇଛନ୍ତି। ବର୍ତ୍ତମାନ ଏନସିବି ଏହି ମାମଲାରେ ଏନସିବି ଦିଆଙ୍କୁ ସମନ କରିବ ବୋଲି କହୁହାଯାଉଛି। ହେଲେ ତାଙ୍କ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଦିଆ କହିଛନ୍ତି।

Related story