ନୂଆଦିଲ୍ଲୀ: କରୋନା ଟିକା କେମିତି ଦିଆଯିବ ସେନେଇ ଚାରି ରାଜ୍ୟରେ ମକ୍ ଡ୍ରିଲ୍ ବା ଡ୍ରାଏ ରନ୍ ପରେ ଏବେ ସାରା ଦେଶରେ ଏହି ଡ୍ରାଏ ରନ୍ ହେବ। କେନ୍ଦ୍ର ସରକାର ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି।
ଜାନୁଆରୀ ୨ (ଶନିବାର) ଅପରାହ୍ନରେ ଡ୍ରାଏ ରନ୍ କରିବାକୁ କହିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର କହିଛି। ଯେଉଁଠି ଏହି ମକ୍ ଡ୍ରିଲ୍ ବା ଡ୍ରାଏ ରନ୍ ହୋଇପାରିବ। ନିକଟରେ ଦେଶର ୪ ଟି ରାଜ୍ୟରେ ଡିସେମ୍ବର ୨୯ ଏବଂ ୩୦ ରେ ଡ୍ରାଏ ରନ୍ ହୋଇଥିଲା।
ଡ୍ରାଏ ରନର ଅର୍ଥ ହେଉଛି ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣର ପ୍ରକ୍ରିୟାର ଅଭ୍ୟାସ କରିବା। ଏହାକୁ ଟିକାକରଣର ଏକ ମକଡ୍ରିଲ୍ ବୋଲି ମଧ୍ୟ କହିହେବ। ସରକାର ଏହି ମକଡ୍ରିଲ ବାବଦରେ ଜାଣିବା ପାଇଁ କୋ-ୱିନ୍ ନାମକ ଏକ ମୋବାଇଲ୍ ଆପ ଉପରେ ଗୁରୁତ୍ୱ ଦେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Politics
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ, କହିଲେ- ଏପରି ଗଣତନ୍ତ୍ର ଚଳିବ ନାହିଁ
ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ ।ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ ।