କରୋନା ମହାମାରୀ ବେଳେ ରାହୁଲ କେଉଁଠି?

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜସ୍ଥାନରେ କ୍ଷମତା ଯୁଦ୍ଧ ମଧ୍ୟ ତେଜିଛି। ଏହି ସମୟରେ ରାହୁଲ ଗାନ୍ଧୀ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଏମିତିକି ରାହୁଲ ନିଜର ମନ୍ତବ୍ୟ ଭିଡିଓ ଜରିଆରେ ଟୁଇଟ୍ କରି ଛାଡ଼ୁଛନ୍ତି। ଏହାରି ଭିତରେ ବିଜେପି ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଛୋଟ ଛୋଟ […]

rahul gandhi

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 09:17 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜସ୍ଥାନରେ କ୍ଷମତା ଯୁଦ୍ଧ ମଧ୍ୟ ତେଜିଛି। ଏହି ସମୟରେ ରାହୁଲ ଗାନ୍ଧୀ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କରି ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ଏମିତିକି ରାହୁଲ ନିଜର ମନ୍ତବ୍ୟ ଭିଡିଓ ଜରିଆରେ ଟୁଇଟ୍ କରି ଛାଡ଼ୁଛନ୍ତି। ଏହାରି ଭିତରେ ବିଜେପି ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ୱିତ ପାତ୍ର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଛୋଟ ଛୋଟ କରି ଅପଲୋଡ କରାଯାଉଛି।

ଏଥିସହ ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କରି କହିଛନ୍ତି, ଯଦି ଆପଣ ବିଦେଶରେ ନଥାଇ ଦେଶର ଅଛନ୍ତି ତା’ହେଲେ ଆସନ୍ତାକାଲି ରାଜସ୍ଥାନ ପ୍ରସଙ୍ଗରେ ଭିଡିଓ ଜାରି କରନ୍ତୁ। ଯଦି ରାହୁଲ ବିଦେଶରେ ଅଛନ୍ତି ତା’ହେଲେ ସେ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କୁ ଏକାଠି ଡାକି ସମସ୍ୟାର ସମାଧାନ କରାଇବା ଦରକାର।

ସେ ଆହୁରି କହିଛନ୍ତି, ରାହୁଲ ଯଦି ଦେଶରେ ଅଛନ୍ତି ତା’ହେଲେ ସେ ଗେହଲଟଙ୍କୁ ଚିଠି ଲେଖିବା ଦରକାର। ଗେହଲଟ ଚିଠି ଲେଖୁଛନ୍ତି ଓ ଫୋନ୍ କରୁଛନ୍ତି ମୋଦିଙ୍କୁ। ଆଜତକ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ସମ୍ୱିତ। ପରେ ବିତର୍କରେ ଭାଗ ନେଇଥିବା କଂଗ୍ରେସ ମୁଖପାତ୍ର  ଅଖିଳେଶ ପ୍ରତାପ ସିଂହଙ୍କୁ ରାହୁଲ ଗାନ୍ଧୀ କେଉଁଠି ଅଛନ୍ତି ବୋଲି କହିବାକୁ ଦାବି କରିଥିଲେ।

Related story