ସୋନୁ ପଞ୍ଜାବନକୁ ୨୪ ବର୍ଷ ଜେଲ୍

ନୂଆଦିଲ୍ଲୀ: ୧୨ ବର୍ଷର ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟରେ ସାମିଲ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୋନୁ ପଞ୍ଜାବନ। ଦିଲ୍ଲୀର ଦ୍ୱାରକା କୋର୍ଟ ସୋନୁଙ୍କ ବିରୋଧରେ ଦଣ୍ଡ ଶୁଣାଇ ତାଙ୍କୁ ୨୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସୋନୁଙ୍କ ସହିତ ସନ୍ଦୀପ ବେଦଓ୍ୱାଲଙ୍କୁ ମଧ୍ୟ ୨୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ଏହି ସ୍ଥାନୀୟ କୋର୍ଟ। ମାନବ ଚାଲାଣ, ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ସୋନୁ ପଞ୍ଜାବନ ଏବଂ ସନ୍ଦୀପ ବେଦଓ୍ୱାୱଙ୍କ […]

sonu-punjaban

Subhransu Sekhar
  • Published: Wednesday, 22 July 2020
  • , Updated: 22 July 2020, 06:31 PM IST

ନୂଆଦିଲ୍ଲୀ: ୧୨ ବର୍ଷର ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟରେ ସାମିଲ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୋନୁ ପଞ୍ଜାବନ। ଦିଲ୍ଲୀର ଦ୍ୱାରକା କୋର୍ଟ ସୋନୁଙ୍କ ବିରୋଧରେ ଦଣ୍ଡ ଶୁଣାଇ ତାଙ୍କୁ ୨୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସୋନୁଙ୍କ ସହିତ ସନ୍ଦୀପ ବେଦଓ୍ୱାଲଙ୍କୁ ମଧ୍ୟ ୨୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ଏହି ସ୍ଥାନୀୟ କୋର୍ଟ।

ମାନବ ଚାଲାଣ, ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ସୋନୁ ପଞ୍ଜାବନ ଏବଂ ସନ୍ଦୀପ ବେଦଓ୍ୱାୱଙ୍କ ବିରୋଧରେ କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲ୍ଲୀ ପୁଲିସ କିନ୍ତୁ ଆହୁରି କଡ଼ା ଦଣ୍ଡାଦେଶ ଶୁଣାଇବା ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୧, ୨୦୦୯ରେ ଅପହରଣ ହୋଇଥିଲା। ଦିଲ୍ଲୀର ହରିଶ ବିହାର ଥାନାରେ ଏ ନେଇ ଏତଲା ଦାୟର ହୋଇଥିଲା। ପୀଡ଼ିତା ଅପହରଣ ବେଳେ ତାଙ୍କର ବୟସ ୧୨ ବର୍ଷ ୧୦ ମାସ ଦୁଇ ଦିନ ହୋଇଥିଲା।

Related story