ହିନ୍ଦୁକୁଶ ପର୍ବତରେ ୬.୮ ତୀବ୍ରତାର ଭୂମିକମ୍ପ,ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାରେ ଥିବା ହିନ୍ଦୁକୁଶ ପର୍ବତ ମାଳାରେ ରବିବାର ଅପରାହ୍ଣ ୩ଟା ୫୮ରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପାକିସ୍ତାନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।  ଏହାସହ ବହୁ ଅଞ୍ଚଳରେ ଘର ସବୁ ଭାଙ୍ଗି ଯାଇଥିବା ଖବର ମିଳିଛି। ଭୟଭୀତ ହୋଇ ଲୋକମାନେ ରାସ୍ତା ଉପରକୁ ଚାଲିଥିଲେ। ଏହାର ପ୍ରଭାବରେ ଥରିଛି ୟୁରୋପ ଓ ଉତ୍ତର ଭାରତର ଉତ୍ତରାଖଣ୍ଡ, […]

srinagar-damage-earthquake_650x400_41460290413

Rakesh Mallick
  • Published: Sunday, 10 April 2016
  • , Updated: 04 May 2017, 03:44 PM IST

ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାରେ ଥିବା ହିନ୍ଦୁକୁଶ ପର୍ବତ ମାଳାରେ ରବିବାର ଅପରାହ୍ଣ ୩ଟା ୫୮ରେ ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପାକିସ୍ତାନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।  ଏହାସହ ବହୁ ଅଞ୍ଚଳରେ ଘର ସବୁ ଭାଙ୍ଗି ଯାଇଥିବା ଖବର ମିଳିଛି। ଭୟଭୀତ ହୋଇ ଲୋକମାନେ ରାସ୍ତା ଉପରକୁ ଚାଲିଥିଲେ।

ଏହାର ପ୍ରଭାବରେ ଥରିଛି ୟୁରୋପ ଓ ଉତ୍ତର ଭାରତର ଉତ୍ତରାଖଣ୍ଡ, କାଶ୍ମୀର,ଗୁରୁଗାଁ,ନୂଆଦିଲ୍ଲୀ ଓ ନୋଇଡାର ଲୋକେ ଝଟକା ପାଇଛନ୍ତି। କିଛି ସମୟ ପାଇଁ ନୂଆଦିଲ୍ଲୀ ମେଟ୍ରୋ ବନ୍ଦ ରହିଥିଲା।

ଗତ ଅକ୍ଟୋବର ୨୬ରେ ୭.୫ ତୀବ୍ରତାର ଭୂମିକମ୍ପ ଫଳରେ ୩୦୦ ଜଣ ପ୍ରାଣହାନି ଘଟିଥିବା ବେଳେ ୧୦୦୦ରୁ ଅଧିକ ଘର ଭାଙ୍ଗି ମାଟିରେ ମିଶିଯାଇଥିଲା।

Related story