ଅଗୁଷ୍ଟା ଦୁର୍ନୀତି ମାମଲା: ଖାରଜ ହେବ ରାଜୀବ ସକ୍ସେନାଙ୍କ ଜାମିନ!

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ଦୁର୍ନୀତି ମାମଲାରେ ନୂଆ ମୋଡ଼ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୀବ ସକ୍ସେନାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆବେଦନ କରିଛି। ଇଡିର ଏହି ଆବେଦନ ପରେ ଦିଲ୍ଲୀର ଏକ କୋର୍ଟ ରାଜୀବଙ୍କୁ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଭିଭିଆଇପିଙ୍କ ବ୍ୟବହାର ପାଇଁ କିଣା ଯାଇଥିବା ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟରରେ କିକବ୍ୟାକ କାରବାର ହୋଇଥିବା ଅଭିଯୋଗ ଆସିଥିଲା। ଏହିଁ ମାମଲାରେ […]

h

Hemant Lenka
  • Published: Monday, 15 July 2019
  • , Updated: 15 July 2019, 09:09 PM IST

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ଦୁର୍ନୀତି ମାମଲାରେ ନୂଆ ମୋଡ଼ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୀବ ସକ୍ସେନାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆବେଦନ କରିଛି। ଇଡିର ଏହି ଆବେଦନ ପରେ ଦିଲ୍ଲୀର ଏକ କୋର୍ଟ ରାଜୀବଙ୍କୁ ନୋଟିସ୍ ଜାରି କରିଛନ୍ତି।

କଂଗ୍ରେସ କ୍ଷମତାରେ ଥିବା ବେଳେ ଭିଭିଆଇପିଙ୍କ ବ୍ୟବହାର ପାଇଁ କିଣା ଯାଇଥିବା ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟରରେ କିକବ୍ୟାକ କାରବାର ହୋଇଥିବା ଅଭିଯୋଗ ଆସିଥିଲା। ଏହିଁ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ରାଜୀବ ତଦନ୍ତରେ ସହଯୋଗ କରୁ ନଥିବାରୁ ଇଡି ତାଙ୍କ ଜାମିନକୁ ଖାରଜ କରିବାକୁ କୋର୍ଟରେ ଆବେଦନ କରିଛି।

୩୬୦୦ କୋଟିର ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ତଦନ୍ତରେ ରାଜୀବ ସହଯୋଗ କରିବେ ବୋଲି ସର୍ତ୍ତ ରଖି ଜାମିନ ପାଇଥିଲେ। ହେଲେ ଏବେ ସେ ଏହି ସର୍ତ୍ତରୁ ଓହରି ଯାଇଛନ୍ତି।

ତେଣୁ କୋର୍ଟ ତାଙ୍କ ଜାମିନକୁ ଖାରଜ କରନ୍ତୁ ବୋଲି ଇଡି ପକ୍ଷରୁ ନବୀନ କୁମାର ମଟ୍ଟା ରୋଜ ଏଭେନ୍ୟୁ କୋର୍ଟଙ୍କୁ ନିବେଦନ କରିଛନ୍ତି। ଇଡିର ଆବେଦନକୁ ଗ୍ରହଣ କରି ବିଚାରପତି ଅରବିନ୍ଦ କୁମାର ଜୁଲାଇ ୧୮ ସୁଦ୍ଧା ରାଜୀବଙ୍କୁ ତାଙ୍କ ପକ୍ଷ ରଖିବାକୁ କହିଛନ୍ତି।

Related story