ଜାତୀୟ ଶିକ୍ଷା ନୀତିରେ ଆସିବ ପରିବର୍ତ୍ତନ, ବଦଳିବ ମାନବ ସମ୍ବଳ ମନ୍ତ୍ରଣାଳୟର ନାଁ

ନୂଆଦିଲ୍ଲୀ:ଦେଶର ଜାତୀୟ ଶିକ୍ଷା ନୀତିରେ ଆସିବ ପରିବର୍ତ୍ତନ। ସମ୍ଭାବ୍ୟ ପରିବର୍ତ୍ତନ ସମ୍ବଳିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ମାନବ ସମ୍ବଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏବଂ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଶମରାଓ ଧୋତରେଙ୍କୁ ଦିଆଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ କୌଶଳ ଏବଂ ଜ୍ଞାନ ପୂରଣ କରିବା ସହ ବିଜ୍ଞାନ, ଟେକ୍ନୋଲୋଜି, ଏକାଡେମିକ୍‌ ଶିଳ୍ପ ଆଦି କ୍ଷେତ୍ରରେ ରହିଥିବା ମାନବ ସମ୍ବଳ ଅଭାବ ପୂରଣ କରିପାରିବ ବୋଲି କୁହାଯାଇଛି। ଏଥିରେ ଅଣାଯିବାକୁ ଥିବା ପରିବର୍ତ୍ତନରେ ପ୍ରଥମ […]

hrd-2

hrd-2

Subrat Kumar Nayak
  • Published: Saturday, 01 June 2019
  • Updated: 01 June 2019, 05:50 PM IST

Sports

Latest News

ନୂଆଦିଲ୍ଲୀ:ଦେଶର ଜାତୀୟ ଶିକ୍ଷା ନୀତିରେ ଆସିବ ପରିବର୍ତ୍ତନ। ସମ୍ଭାବ୍ୟ ପରିବର୍ତ୍ତନ ସମ୍ବଳିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ମାନବ ସମ୍ବଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏବଂ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଶମରାଓ ଧୋତରେଙ୍କୁ ଦିଆଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ କୌଶଳ ଏବଂ ଜ୍ଞାନ ପୂରଣ କରିବା ସହ ବିଜ୍ଞାନ, ଟେକ୍ନୋଲୋଜି, ଏକାଡେମିକ୍‌ ଶିଳ୍ପ ଆଦି କ୍ଷେତ୍ରରେ ରହିଥିବା ମାନବ ସମ୍ବଳ ଅଭାବ ପୂରଣ କରିପାରିବ ବୋଲି କୁହାଯାଇଛି।

ଏଥିରେ ଅଣାଯିବାକୁ ଥିବା ପରିବର୍ତ୍ତନରେ ପ୍ରଥମ ପ୍ରସ୍ତାବ ରହିଛି ମାନବ ସମ୍ବଳ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ। ଏହାର ନାଁ ଶିକ୍ଷା ମନ୍ତ୍ରଣାଳୟ ହେବ। ସେହିଭଳି ସ୍କୁଲ ଶିକ୍ଷାରେ Early Childhood Care and Education (ECCE) ଯୋଡ଼ାଯିବ। ଶିକ୍ଷା ଅଧିକାରର ରୂପାୟନରେ ୩ରୁ ୧୮ ବର୍ଷ ବୟସ ର ପିଲାଙ୍କୁ ଯୋଡ଼ାଯିବ। ପିଲାଙ୍କ ଶିକ୍ଷାକୁ ୪ଟି ଷ୍ଟେଜ ବା ପର୍ଯ୍ୟାୟରେ ବିଭକ୍ତ କରାଯିବ। ୩-୮ ବର୍ଷ ପର୍ଯ୍ୟନ୍ତ ଫାଉଣ୍ଡେସନ୍‌ ଷ୍ଟେଜ୍‌, ୮-୧୧ ବର୍ଷ ପର୍ଯ୍ୟନ୍ତ ପ୍ରିପାରେଟରୀ ଷ୍ଟେଜ୍‌, ୧୧-୧୪ ବର୍ଷ ପର୍ଯ୍ୟନ୍ତ ମିଡିଲ୍‌ ଷ୍ଟେଜ୍‌ ଏବଂ ୧୪-୧୮ ବର୍ଷ ପର୍ଯ୍ୟନ୍ତ ସେକେଣ୍ଡାରୀ ଷ୍ଟେଜ୍‌ ରହିବ।

ସ୍କୁଲ ଶିକ୍ଷାରେ ପାଠର ଚାପକୁ ମଧ୍ୟ ହ୍ରାସ କରାଯିବ। କରିକୁଲାର ଏବଂ ଏକ୍ସଟ୍ରା କରିକୁଲାର ମଧ୍ୟରେ ବିଭେଦ ନରଖି ସଂଗୀତ, କଳା, କ୍ରୀଡ଼ା ଏବଂ ଯୋଗ ଆଦି ମୁଖ୍ୟ ବିଷୟ ବା କରିକୁଲାରରେ ସାମିଲ ହେବ।

ଲାଇଫ୍‌ ସ୍କିଲକୁ ମଧ୍ୟ ଶିକ୍ଷାରେ ସାମିଲ କରାଯିବା ସହ ନ୍ୟୁନ ମାନର ଶିକ୍ଷକ ତାଲିମ ଅନୁଷ୍ଠାନ ବନ୍ଦ ହେବ। ୪ ବର୍ଷିଆ ବିଇଡି ପାଠ୍ୟକ୍ରମ ପାସ କରିବା ଶିକ୍ଷକଙ୍କ ସର୍ବନିମ୍ନ ଯୋଗ୍ୟତା ହେବ। ଅନ୍ୟପକ୍ଷରେ ଉଚ୍ଚ ଶିକ୍ଷାକୁ ମଧ୍ୟ ୩ ଭାଗରେ ବିଭକ୍ତ କରାଯିବ। ଗୋଟିଏରେ ବିଶ୍ୱସ୍ତରୀୟ ଗବେଷଣା ରହିବ, ଆଉ ଗୋଟିଏ ବିଭିନ୍ନ ବିଷୟ ଭିତ୍ତିକ ଗବେଷଣା ରହିବ ଏବଂ ଅନ୍ୟଟି ଅଣ୍ଡରଗ୍ରାଜୁଏସନ୍‌ ପ୍ରତି ଗୁରୁତ୍ୱ ଦେବ। ତୃତୀୟ ପ୍ରକାର ବ୍ୟବସ୍ଥାକୁ ମିଶନ୍‌ ନାଳନ୍ଦା ଏବଂ ମିଶନ୍‌ ତକ୍ଷଶିଳା ଆଦି ଦୁଇଭାଗରେ ବିଭକ୍ତ କରାଯିବ।

ଶିକ୍ଷାକୁ ଅଣବ୍ୟବସାୟିକ ଅନୁଷ୍ଠାନର ରୂପ ଦିଆଯିବ ଏବଂ ଏହା ଉଭୟ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନଙ୍କ ପାଇଁ ଲାଗୁ ହେବ। ପାଲି, ପାର୍ସୀ ଏବଂ ପ୍ରାକୃତ ଆଦି ଶାସ୍ତ୍ରୀୟ ଭାଷା ପାଇଁ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଟ୍ରାନ୍ସଲେସନ୍‌ ଆଣ୍ଡ ଇଣ୍ଟରପ୍ରିଟେସନ୍‌ର ଗଠନ ମଧ୍ୟ ଏହି ପ୍ରସ୍ତାବରେ ରହିଛି।

ଏହି ନୂତନ ପ୍ରସ୍ତାବରେ ଉଚ୍ଚ ଶିକ୍ଷାକୁ ଯଥାସମ୍ଭବ ଅନ୍ତର୍ଜାତୀୟ ସ୍ତରର କରାଯିବାକୁ ପ୍ରୟାସ କରାଯାଉଛି। ଓପନ୍‌ ଲର୍ଣ୍ଣିଂ ଏବଂ ଡିଷ୍ଟାନ୍ସ ଏଜୁକେସନ୍‌କୁ ଆହୁରି ସୁଦୃଢ଼ କରିବା ପାଇଁ ଏଥିରେ ପଦକ୍ଷେପ ନିଆଯିବାକୁ ପ୍ରସ୍ତାବ ରହିଛି। ଶିକ୍ଷା ବ୍ୟବସ୍ଥାରେ ଲିଙ୍ଗଗତ, ସାମାଜିକ ଏବଂ ଧାର୍ମିକ ବିଭେଦକୁ ବିଲୋପ କରାଯିବା ପାଇଁ ଏହି ନୂତନ ଶିକ୍ଷା ନୀତି ବଳରେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos