ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ। ଏଥିସହିତ ଗତ ୨୧ ତାରିଖରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନର ଭୋଟ୍ ମଧ୍ୟ ଆସନ୍ତକାଲି ଅର୍ଥାତ ୨୪ ତାରିଖରେ ଗଣନା କରାଯିବ।
ଚଳିତ ଥର ସନ୍ଧ୍ୟା ୬ଟା ସୁଦ୍ଧା ମହାରାଷ୍ଟ୍ରରେ ୨୦୧୪ ତୁଳନାରେ ୬୩.୦୮%ଠାରୁ କମ୍ ଅର୍ଥାତ ୬୦.୦୫% ଭୋଟ୍ଦାନ ହୋଇପାରିଥିଲା। ସେହିଭଳି ହରିଆଣାରେ ଚଳିତ ଥର ୬୫% ଭୋଟ୍ ଗ୍ରହଣ ହୋଇପାରିଛି। ଗତଥର ଏହା ୭୬.୫୪% ଥିଲା।
ପୋଲ୍ ଏକ୍ଜିଟ୍ ପୋଲ୍ କହୁଛି ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ବାଜିମାତ କରିବ। ମେଣ୍ଟ ମୋଟ ୨୮୮ ଆସନରୁ ୨୧୧ଟିରେ ଜିତିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ-ଏନ୍ସିପି ୬୪ଟିରେ ସନ୍ତୁଷ୍ଟ ରହିବା କଳନା କରାଯାଇଛି। ଏଥିରେ କଳନା କରାଯାଇଛି ହରିଆଣାରେ ବିଜେପି ୯୦ରୁ ୬୬ଟି ଆସନରେ ଜିତିବା କଳନା କରାଯାଉଥିବାବେଳେ କଂଗ୍ରେସ ୧୪ଟିରେ ସନ୍ତୁଷ୍ଟ ରହିବ କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏବଂ ହରିଆଣା ସମେତ ସମସ୍ତ ସ୍ଥାନରେ ଆସନ୍ତାକାଲି ସକାଳ ୮ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ନିର୍ବାଚନ କମିଶନ ୫ଟା ସୁଦ୍ଧା ରେଜଲ୍ଟ ଘୋଷଣା କରିବାର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।