ନିର୍ବାଚନ କମିଶନଙ୍କ ନିଷ୍ପତ୍ତି: ଖୁବଶୀଘ୍ର ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଓଡ଼ିଶା ସମେତ ଦେଶରେ ଖାଲି ପଡ଼ିଥିବା ୫୬ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ। ଶୁକ୍ରବାର ନିର୍ବାଚନ କମିଶନ ଏ ନେଇ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ଜଗତସିଂହପୁରର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗର […]

ELECTION COMMISSION

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 08:44 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଓଡ଼ିଶା ସମେତ ଦେଶରେ ଖାଲି ପଡ଼ିଥିବା ୫୬ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ। ଶୁକ୍ରବାର ନିର୍ବାଚନ କମିଶନ ଏ ନେଇ ବୈଠକ କରି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାରେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ଜଗତସିଂହପୁରର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗର ୪ ବିଧାନସଭା, ମଣିପୁରର ୧୧, ପୁଡ଼ୁଚେରୀର ଗୋଟିଏ, କର୍ଣ୍ଣାଟକର ଦୁଇ ଆସନ, ଉତ୍ତର ପ୍ରଦେଶର ୪ ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।

ଏହାସହିତ ମଧ୍ୟପ୍ରଦେଶର ୨୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିମଧ୍ୟରୁ ଦୁଇଟି ଆସନ ଜୋରା ଏବଂ ଆଗର ମାଲଓ୍ୱା ଆସନ ରହିଛି। ଏହି ଦୁଇ ଆସନରେ ବିଜେପି ଏବଂ କଂଗ୍ରେସ ବିଧାୟକଙ୍କ ଦେହାନ୍ତ ହୋଇଛି। ଏହି ଦୁଇ ଆସନ ୬ ମାସରୁ ଅଧିକ ଦିନ ହେବ ଖାଲି ପଡ଼ିଛି। କରୋନା ମହାମାରୀ ପାଇଁ ଏହି ଆସନରେ ନିର୍ବାଚନ ସମ୍ଭବ ହୋଇ ପାରି ନାହିଁ। ଆଉ ୨୨ ଆସନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ମାର୍ଚ୍ଚରେ ବିଧାୟକ ପଦବୀରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ତେବେ ଉପନିର୍ବାଚନ ନିର୍ବାଚନ ତାରିଖ ନେଇ କୌଣସି ସୂଚନା ମିଳିନାହିଁ।

ମଦନ ମୋହନ ଦତ୍ତ ବାଲେଶ୍ୱର ବିଧାନ ସଭା ଆସନରୁ ବିଧାୟକ ଭାବେ ୨୦୧୯ରେ ପ୍ରଥମ ଥର ପାଇଁ ନିର୍ବାଚିଚ ହୋଇଥିଲେ। ଜୁନ ୧୭ ତାରିଖ ଦିନ ହୃଦଘାତରେ ତାଙ୍କର ମୃତ୍ୟବରଣ ହୋଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଜୁଲାଇ 6ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନିଜ ରାଜନୀତିକ କ୍ୟାରିୟରରେ ୬ ଥର ବିଧାୟକ ଏବଂ ଥରେ ସ୍ୱଳ୍ପ ସମୟ ପାଇଁ ସାଂସଦ ହୋଇଥିଲେ ବିଷ୍ଣୁ ଦାସ । ସେ ଜଗତସିଂହପୁରରୁ ୫ ଥର ଓ ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ।

ତେବେ ଆଗକୁ ବିହାର ବିଧାନସଭା ନିର୍ବାଚନ ରହିଛି। ଏଥିପାଇଁ ପ୍ରଚାର ଚାଲିଛି। ହେଲେ ବିହାର ନିର୍ବାଚନ ତାରିଖ ବାବଦରେ ନିର୍ବାଚନ କମିଶନଙ୍କ ବୈଠକରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ।

Related story