ହାତୀ ଖେଳିଲା ଫୁଟବଲ୍, ଯାତ୍ରୀ ମାରିଲେ ତାଳି, ଜାମ୍ ହୋଇଗଲା ରାସ୍ତା

ଦିସପୁର: ସାଧାରଣତଃ ନେତାମନ୍ତ୍ରୀଙ୍କ ନାଲିବତୀ ଗାଡ଼ି ପାଇଁ ଜାମ୍ ହୋଇଥାଏ ଟ୍ରାଫିକ୍। ସେଥିପାଇଁ ସରକାର ନାଲିବତୀର ପରମ୍ପରାକୁ ବନ୍ଦ ମଧ୍ୟ କରିଛନ୍ତି। କିନ୍ତୁ କେବେ ଗଜରାଜଙ୍କ ପାଇଁ ଟ୍ରାଫିକ ଜାମ୍ ହେବାର ଶୁଣିଛନ୍ତି କି। ଗଜରାଜଙ୍କ ଫୁଟବଲ୍ ନିଶା ପାଇଁ ୩୦ ମିନିଟ୍ ଧରି ଅଟକି ଯାଇଥିଲା ଟ୍ରାଫିକ୍।

ଆସାମର ରାସ୍ତା ଉପରେ ହାତୀ ଫୁଟବଲ୍ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନା ଅଛି ମଣିଷକୁ ଭୟ ନା କାହାକୁ ଖାତିର୍। ପୂରା ଖେଳରେ ମଜ୍ଜି ଯାଇଛନ୍ତି ଗଜରାଜ। ଗୋଟିଏ ଡବାକୁ ଫୁଟବଲ ଭାବରେ କେତେବେଳେ ଶୁଣ୍ଢରେ ତ କେତେବେଳେ ଗୋଡରେ ଗୋଇଠା ମାରି ଖେଳି ଚାଲିଛନ୍ତି ଗଜରାଜ। ରାସ୍ତା ଉପରେ ହାତୀ ଫୁଟବଲ ଖେଳୁଥିବାର ନିଆରା ଦୃଶ୍ୟକୁ ମଧ୍ୟ ବେଶ୍ ଉପଭୋଗ କରୁଥିଲେ ରାସ୍ତାରେ ଯାଉଥିବା ଲୋକମାନେ। ଯାହାଫଳରେ ପାଖାପାଖି ୩୦ ମିନିଟ ଧରି ଜାମ୍ ହୋଇ ଯାଇଥିଲା ଟ୍ରାଫିକ୍।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ୫୦,୦୦୦ରୁ ଉର୍ଦ୍ଧ ଥର ଦେଖି ସାରିଲେଣି।

Courtesy: Dainik Jagaran

Ordigital Desk
• Published: Thursday, 25 May 2017
• Updated: 25 May 2017, 04:16 PM IST

Sports

Latest News

ଦିସପୁର: ସାଧାରଣତଃ ନେତାମନ୍ତ୍ରୀଙ୍କ ନାଲିବତୀ ଗାଡ଼ି ପାଇଁ ଜାମ୍ ହୋଇଥାଏ ଟ୍ରାଫିକ୍। ସେଥିପାଇଁ ସରକାର ନାଲିବତୀର ପରମ୍ପରାକୁ ବନ୍ଦ ମଧ୍ୟ କରିଛନ୍ତି। କିନ୍ତୁ କେବେ ଗଜରାଜଙ୍କ ପାଇଁ ଟ୍ରାଫିକ ଜାମ୍ ହେବାର ଶୁଣିଛନ୍ତି କି। ଗଜରାଜଙ୍କ ଫୁଟବଲ୍ ନିଶା ପାଇଁ ୩୦ ମିନିଟ୍ ଧରି ଅଟକି ଯାଇଥିଲା ଟ୍ରାଫିକ୍।

ଆସାମର ରାସ୍ତା ଉପରେ ହାତୀ ଫୁଟବଲ୍ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନା ଅଛି ମଣିଷକୁ ଭୟ ନା କାହାକୁ ଖାତିର୍। ପୂରା ଖେଳରେ ମଜ୍ଜି ଯାଇଛନ୍ତି ଗଜରାଜ। ଗୋଟିଏ ଡବାକୁ ଫୁଟବଲ ଭାବରେ କେତେବେଳେ ଶୁଣ୍ଢରେ ତ କେତେବେଳେ ଗୋଡରେ ଗୋଇଠା ମାରି ଖେଳି ଚାଲିଛନ୍ତି ଗଜରାଜ। ରାସ୍ତା ଉପରେ ହାତୀ ଫୁଟବଲ ଖେଳୁଥିବାର ନିଆରା ଦୃଶ୍ୟକୁ ମଧ୍ୟ ବେଶ୍ ଉପଭୋଗ କରୁଥିଲେ ରାସ୍ତାରେ ଯାଉଥିବା ଲୋକମାନେ। ଯାହାଫଳରେ ପାଖାପାଖି ୩୦ ମିନିଟ ଧରି ଜାମ୍ ହୋଇ ଯାଇଥିଲା ଟ୍ରାଫିକ୍।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ୫୦,୦୦୦ରୁ ଉର୍ଦ୍ଧ ଥର ଦେଖି ସାରିଲେଣି।

Courtesy: Dainik Jagaran

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos