ଇରାକ୍: ୧୫ ପୋଲିସକର୍ମୀଙ୍କୁ ହତ୍ୟା କଲା ଆଇଏସ୍ ଆତଙ୍କୀ

ବାଗଦାଦ୍: ଆଇଏସ୍ ଆତଙ୍କୀ ଇରାକର ୧୫ ଜଣ ପୋଲିସ କର୍ମୀଙ୍କ ହତ୍ୟା କରିଛି। ଏହାସହ ଆତଙ୍କୀମାନେ ୪ ଜଣ ଗଣମାଧ୍ୟମର ଛାତ୍ରଙ୍କୁ ଅପହରଣ କରି ନେଇଛି।  ଇରାକର ନିନେବେହ ଅଞ୍ଚଳରେ ରହୁଥିବା ସୁରକ୍ଷାକର୍ମୀଙ୍କ କହିବାନୁସାରେ ଆଇଏସ ଆତଙ୍କୀ ସୁରକ୍ଷାକର୍ମୀଙ୍କୁ ହତ୍ୟା ଓ ଅପହରଣ କରିବା ଅଭିଯାନ ଚଳାଇଛନ୍ତି। ମେସୁଲି ସହର ନିକଟରେ ୧୫ ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଶବ ଶ୍ମଶାନ ଘାଟକୁ ପଠାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ […]

isis

Rakesh Mallick
  • Published: Monday, 03 August 2015
  • , Updated: 04 May 2017, 03:45 PM IST

ବାଗଦାଦ୍: ଆଇଏସ୍ ଆତଙ୍କୀ ଇରାକର ୧୫ ଜଣ ପୋଲିସ କର୍ମୀଙ୍କ ହତ୍ୟା କରିଛି। ଏହାସହ ଆତଙ୍କୀମାନେ ୪ ଜଣ ଗଣମାଧ୍ୟମର ଛାତ୍ରଙ୍କୁ ଅପହରଣ କରି ନେଇଛି।  ଇରାକର ନିନେବେହ ଅଞ୍ଚଳରେ ରହୁଥିବା ସୁରକ୍ଷାକର୍ମୀଙ୍କ କହିବାନୁସାରେ ଆଇଏସ ଆତଙ୍କୀ ସୁରକ୍ଷାକର୍ମୀଙ୍କୁ ହତ୍ୟା ଓ ଅପହରଣ କରିବା ଅଭିଯାନ ଚଳାଇଛନ୍ତି।

ମେସୁଲି ସହର ନିକଟରେ ୧୫ ସୁରକ୍ଷାକର୍ମୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଶବ ଶ୍ମଶାନ ଘାଟକୁ ପଠାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଆଇଏସ୍ ଆତଙ୍କୀମାନେ ଏପରି କରିଥିବା କୁହାଯାଉଛି।

Related story