ଗଣ୍ଡଗୋଳ କଲା ଫେସବୁକ୍‌ , କମ୍ପାନୀ ଛାଡ଼ିଲେ ହ୍ୱାଟ୍ସଆପ୍‌ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ କମ୍ପାନୀ ଛାଡ଼ିଲେ ପ୍ରତିଷ୍ଠାତା ଜେନ୍‌ କୁମ୍‌।  ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ କମ୍ପାନୀକୁ ବାୟ ବାୟ କହିଛନ୍ତି ଏହାର କୋ ଫାଉଣ୍ଡର ଜେନ୍‌ କୁମ୍‌। ତଥ୍ୟ ଗୋପନୀୟତାକୁ ନେଇ ଫେସବୁକ୍‌ ସହ ମତଭେଦ ହେବାରୁ ଜେନ୍‌ କୁମ୍‌ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ହ୍ୱାଟ୍ସଆପ୍‌ କମ୍ପାନୀକୁ ପୂର୍ବରୁ  ଫେସ୍‌ବୁକ୍‌ କିଣିନେଇଥିଲା। ତେବେ ଡାଟା ଲିକ୍‌ ଏବଂ ଗୋପନୀୟତା ପ୍ରସଙ୍ଗକୁ ନେଇ ଫେସ୍‌ବୁକ୍‌ ସହ ନିଜ ସମ୍ପର୍କକୁ […]

h-666

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 04:27 PM IST

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ କମ୍ପାନୀ ଛାଡ଼ିଲେ ପ୍ରତିଷ୍ଠାତା ଜେନ୍‌ କୁମ୍‌।  ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ କମ୍ପାନୀକୁ ବାୟ ବାୟ କହିଛନ୍ତି ଏହାର କୋ ଫାଉଣ୍ଡର ଜେନ୍‌ କୁମ୍‌। ତଥ୍ୟ ଗୋପନୀୟତାକୁ ନେଇ ଫେସବୁକ୍‌ ସହ ମତଭେଦ ହେବାରୁ ଜେନ୍‌ କୁମ୍‌ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ହ୍ୱାଟ୍ସଆପ୍‌ କମ୍ପାନୀକୁ ପୂର୍ବରୁ  ଫେସ୍‌ବୁକ୍‌ କିଣିନେଇଥିଲା। ତେବେ ଡାଟା ଲିକ୍‌ ଏବଂ ଗୋପନୀୟତା ପ୍ରସଙ୍ଗକୁ ନେଇ ଫେସ୍‌ବୁକ୍‌ ସହ ନିଜ ସମ୍ପର୍କକୁ ଛିନ୍ନ କରିଦେଇଛନ୍ତି ହ୍ୱାଟ୍ସଆପ୍‌ର କୋ ଫାଉଣ୍ଡର ଜେନ୍‌ କୁମ୍‌।

ରିପୋର୍ଟ ମୁତାବକ ହ୍ୱାଟ୍ସଆପ୍‌ ମେସେଜିଂ ଷ୍ଟ୍ରାଟେଜିକୁ ନେଇ ଫେସ୍‌ବୁକ୍‌ ସହ  କିଛି ମନୋମାଳିନ୍ୟ ହୋଇଥିଲା। ଯେଉଁଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।  ଫେସ୍‌ବୁକ୍‌ ୟୁଜରମାନଙ୍କର ବ୍ୟକ୍ତିଗତ ଡାଟାକୁ ବ୍ୟବହାର କରିବାକୁ ଚାହୁଁଛି। ଏହାସହ ହ୍ୱାଟ୍ସଆପ୍‌ର ଏନ୍‌କ୍ରିପ୍‌ସନ୍‌କୁ ଦୁର୍ବଳ କରିବାକୁ ଚାହୁଁଛି।  ତେଣୁ ଏହି ବିବାଦ ଘନେଇବାରେ ଲାଗିଥିଲା। ଆଉ ଶେଷରେ ହ୍ୱାଟ୍ସଆପ୍‌ କମ୍ପାନୀ ପ୍ରତିଷ୍ଠାତା ଫେସବୁକ୍‌ ହାତ ଛାଡ଼ିଛନ୍ତି। ୨୦୧୪ରେ ଜେନ୍‌ ଫେସ୍‌ବୁକ୍‌କୁ ୧୯ ବିଲିଅନ୍‌ ଡଲାରରେ ନିଜ କମ୍ପାନୀ ହ୍ୱାଟ୍ସଆପ୍‌କୁ ବିକ୍ରି କରିଦେଇଥିଲେ। ଏହାପରେ ସେ ଫେସ୍‌ବୁକ୍‌ ସହ ଜଡ଼ିତ ହୋଇଯାଇଥିଲେ।  ଏଥିସହ ଫେସ୍‌ବୁକ୍‌ର ବୋର୍ଡ ଅଫ୍‌ ଡିରେକ୍ଟରର ଜଣେ ସଦସ୍ୟ ହୋଇଯାଇଥିଲେ।

Related story