ସେପ୍ଟେମ୍ୱର ବେଳକୁ ପୁଣି ଫେରିପାରେ କରୋନା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିବେଶ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଚର ମାରିଆ ନେଇରା କହିଛନ୍ତି, ଶରତ ଋତୁ ସମୟରେ ୟୁରୋପକୁ କରୋନା ପୁଣିଥରେ ଫେରିପାରେ। ଯଦିଓ ଏବେ ବିଶ୍ୱ କରୋନାର ପ୍ରଥମ ଷ୍ଟେଜକୁ ସାମ୍ନା କରୁଛି ହେଲେ ଦ୍ୱିତୀୟ ଥର ପୁଣି ଫେରିବ ବୋଲି ଆକଳନ କରିଛନ୍ତି ଏହି ବିଶେଷଜ୍ଞ। କରୋନାର ନିଦାନ ଯେତେପର୍ଯ୍ୟନ୍ତ ନ ବାହାରିଛି ସେତେଦିନ ଯାଏ ଏହାର ପ୍ରକୋପ ଜାରି ରହିବ ବୋଲି ଜଣାପଡ଼ିଛି। ତେଣୁ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ […]

corona test

corona test

Subhransu Sekhar
  • Published: Saturday, 06 June 2020
  • Updated: 07 June 2020, 03:30 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିବେଶ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଚର ମାରିଆ ନେଇରା କହିଛନ୍ତି, ଶରତ ଋତୁ ସମୟରେ ୟୁରୋପକୁ କରୋନା ପୁଣିଥରେ ଫେରିପାରେ। ଯଦିଓ ଏବେ ବିଶ୍ୱ କରୋନାର ପ୍ରଥମ ଷ୍ଟେଜକୁ ସାମ୍ନା କରୁଛି ହେଲେ ଦ୍ୱିତୀୟ ଥର ପୁଣି ଫେରିବ ବୋଲି ଆକଳନ କରିଛନ୍ତି ଏହି ବିଶେଷଜ୍ଞ। କରୋନାର ନିଦାନ ଯେତେପର୍ଯ୍ୟନ୍ତ ନ ବାହାରିଛି ସେତେଦିନ ଯାଏ ଏହାର ପ୍ରକୋପ ଜାରି ରହିବ ବୋଲି ଜଣାପଡ଼ିଛି। ତେଣୁ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଯଦି କରୋନା ଦ୍ୱିତୀୟ ଥର ପାଇଁ ଫେରିବ ତା’ହେଲେ ପ୍ରଥମ ଥର ଭଳି ସେତେଟା ମାରାତ୍ମକ ହେବନି ବୋଲି ସେ ଆକଳନ କରିଛନ୍ତି। ଯଦି ପ୍ରଥମ ଥର ଭଳି ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବା ଏହାର ଅର୍ଥ ଆମେ ଆମର ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିନାହୁଁ ବା ଭୁଲରୁ କିଛି ଶିଖି ନାହୁଁ ବୋଲି ବୁଝିବାକୁ ହେବ। ଏବେ ୟୁରୋପରେ 5ରୁ 7% ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏବେ ଏହି ହାରକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚୀନର ଉହାନ ପରେ କରୋନାର ହଟସ୍ପଟ ୟୁରୋପ ହିଁ ଥିଲା। ସେତେବେଳେ ଇଟାଲୀ, ବ୍ରିଟେନ, ସ୍ପେନ ଆଦିରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଥିଲା। ପରେ ସଂକ୍ରମିତ ହାରରେ ରୋକ୍ ଲାଗିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos