ରାତି ପାହିଲେ ଖୋଲିବ ଭୋଟ୍‌ ପେଡ଼ି

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ପାଇଁ ଦେଶ ଓ ରାଜ୍ୟରେ କିଏ ସରକାର ଗଢ଼ିବ, କାହା ହାତକୁ ଯିବ ଶାସନ ଡୋରି। ସମୟ ଯେତିକି ପାଖେଇ ଆସୁଛି, ଏକଥା ଜାଣିବା ପାଇଁ ରାଜନେତାଙ୍କ ସହ ସାଧାରଣ ଲୋକଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୯ ମହାଯୁଦ୍ଧରେ ବିଜେତା କିଏ ହେବ ଆସନ୍ତାକାଲି ଜଣାପଡ଼ିବ। କାରଣ ରାତି ପାହିଲେ ଖୋଲିବ ଇଭିଏମ୍। ଭୋଟ୍‌ ଗଣତି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହେବ। ଲୋକମାନେ କେଉଁ ଦଳ ଓ ନେତାଙ୍କୁ […]

yu

yu

Hemant Lenka
  • Published: Wednesday, 22 May 2019
  • Updated: 22 May 2019, 10:36 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ପାଇଁ ଦେଶ ଓ ରାଜ୍ୟରେ କିଏ ସରକାର ଗଢ଼ିବ, କାହା ହାତକୁ ଯିବ ଶାସନ ଡୋରି। ସମୟ ଯେତିକି ପାଖେଇ ଆସୁଛି, ଏକଥା ଜାଣିବା ପାଇଁ ରାଜନେତାଙ୍କ ସହ ସାଧାରଣ ଲୋକଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୯ ମହାଯୁଦ୍ଧରେ ବିଜେତା କିଏ ହେବ ଆସନ୍ତାକାଲି ଜଣାପଡ଼ିବ। କାରଣ ରାତି ପାହିଲେ ଖୋଲିବ ଇଭିଏମ୍। ଭୋଟ୍‌ ଗଣତି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହେବ। ଲୋକମାନେ କେଉଁ ଦଳ ଓ ନେତାଙ୍କୁ ଆଗାମୀ ୫ ବର୍ଷ ଯାଏ ସେମାନଙ୍କ ଶାସନ ଡୋରି ଦେବେ, ତାହା ମଧ୍ୟ ଭୋଟ୍‌ ଗଣତି ପରେ ସ୍ପଷ୍ଟ ହେବ।

ଆସନ୍ତାକାଲିର ଭୋଟ୍‌ ଗଣତି ପାଇଁ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। କାଉଣ୍ଟିଂ ସେଣ୍ଟରଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଯାଏ ସବୁଠି ଆରମ୍ଭ ହୋଇଯାଇଛି ହଲ୍‌ଚଲ୍‌। ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀ ପିଛା ୫ଟି ବୁଥ୍‌ର ଭିଭିପ୍ୟାଟ୍ ସ୍ଳିପ୍ ବି ଗଣତି ହେବ। ଏଥିପାଇଁ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।

ଚଳିତ ବର୍ଷ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍‌ ହୋଇଥିଲା। ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ପ୍ରକ୍ରିୟା ମେ’ ୧୯ରେ ଶେଷ ହୋଇଥିଲା। ରବିବାର ଶେଷ ପର୍ଯ୍ୟାୟ ଭୋଟ୍‌ ପରେ ଏକଜିଟ୍‌ ପୋଲ୍‌ ଫଳାଫଳ କେନ୍ଦ୍ରରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଢ଼ିବ ବୋଲି ପୂର୍ବାନୁମାନ କରିଛି। କିନ୍ତୁ ଏହି ଏକଜିଟ୍‌ ପୋଲ କେତେ ସତ ହେଉଛି, ତାହା ଆସନ୍ତାକାଲି ଭୋଟ୍‌ ଗଣତି ପରେ ହିଁ ଜଣାପଡ଼ିବ।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏକଜିଟ୍‌ ପୋଲ୍‌କୁ ଫେକ୍‌ ବୋଲି କହିଛନ୍ତି। ସେମାନଙ୍କ ମତରେ ଏଥର କେନ୍ଦ୍ରରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ମିଳିବ ନାହିଁ। ଯଦି ଏହା ସତ ହୁଏ, କ’ଣ ବିରୋଧୀଙ୍କ ସହଯୋଗରେ ନିର୍ବାଚନ ଅଙ୍କକୁ ଓଲଟପାଲଟ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବିଜୟ ଟିକା ପିନ୍ଧି ପାରିବେ କି?

ସେହିପରି ମାୟାବତୀ, ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, କେସିଆର ଓ ନବୀନ ପଟ୍ଟନାୟକଙ୍କ ଭଳି ଆଞ୍ଚଳିକ ଦଳର ମୁଖିଆମାନେ ମଧ୍ୟ କେନ୍ଦ୍ରରେ କିଙ୍ଗ ମେକର୍‌ ହେବାକୁ ଗୋଡ଼ ଟେକି ବସିଛନ୍ତି। ତେବେ ଏସବୁ ଆଶ ଓ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ। '୧୯ ମହାସମର ପରେ ଆସନ୍ତାକାଲିର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ଚଳିତ ବର୍ଷ ୫୪୩ଟି ଲୋକସଭା ଆସନରୁ ୫୪୨ ଆସନ ପାଇଁ ଭୋଟ୍‌ ହୋଇଛି।

୭ଟି ପର୍ଯ୍ୟାୟ ଭୋଟ୍‌ ପରେ ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ ହୋଇ ରହିଛି। ଦେଶର ପ୍ରାୟ ୯୦ କୋଟି ଜନତା ଭୋଟ୍‌ ଦେଇ ସେମାନଙ୍କ ପରବର୍ତ୍ତୀ ସରକାର ବାଛି ସାରିଛନ୍ତି। କେବଳ ଗଣତି ଏବଂ ଫଳାଫଳକୁ ଅପେକ୍ଷା। ଆସନ୍ତାକାଲିର ଭୋଟ୍‌ ଗଣତି ପାଇଁ ଦେଶରେ ୧୬ ଲକ୍ଷ ୩୦ ହଜାର କଣ୍ଟ୍ରୋଲ ୟୁନିଟର ବ୍ୟବସ୍ଥା ହୋଇଛି। ସେହିପରି ୧୬ ଶହ ଗଣତି ସରଭର୍ ନିର୍ମାଣ ହୋଇଛି। ଇଭିଏମ ସମସ୍ୟାକୁ ସୁଧାରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି।

ଦେଶବାସୀଙ୍କ ନଜର ଆସନ୍ତାକାଲି ଉତ୍ତର ପ୍ରଦେଶର ବାରାଣସୀ ଉପରେ ରହିବ। କାରଣ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଢ଼େଇ କଂଗ୍ରେସର ଅଜୟ ରାୟଙ୍କ ସହ ହେଉଛି। ଆମେଠିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ବିହାରର ପାଟନାସାହିବ୍‌ରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ କଂଗ୍ରେସ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛି। ସେହିପରି ,ଭୋପାଳରେ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁର ବନାମ୍ ଦିଗବିଜୟ ସିଂହ, ଆଜମଗଡ଼ରେ ଅଖିଲେଶ ଯାଦବ ବନାମ୍ ଦିନେଶ ଲାଲ ଯାଦବ ନିରୁହା ଓ ସୁଲତାନପୁରରେ ମାନେକା ଗାନ୍ଧି ଓ ସଞ୍ଜୟ ସିଂହଙ୍କ ମଧ୍ୟରେ ଲଢ଼େଇ ହେଉଛି। ମଧ୍ୟପ୍ରଦେଶର ଗୁନାରେ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆ ବନାମ୍ ବିଜେପିର କେପି ଯାଦବ, ନୂଆଦିଲ୍ଲୀରେ ମିନାକ୍ଷୀ ଲେଖି ବନାମ୍ ଅଜୟ ମାକେନ୍, ପୂର୍ବ ଦିଲ୍ଲୀରେ ଗୌତମ ଗମ୍ଭୀର ବନାମ ଅରବିନ୍ଦ ସିଂହ ଲଭଲୀ ଓ ଆପ୍‌ର ଅତିଶି, ଉତ୍ତର-ପୂର୍ବ ଦିଲ୍ଲୀରେ ବିଜେପିର ମନୋଜ ତିୱାରୀ ଓ କଂଗ୍ରେସର ଶୀଲା ଦୀକ୍ଷିତ ମଧ୍ୟରେ ହେଉଛି ଟକ୍କର।

ସମସ୍ତଙ୍କ ଫୋକସ୍‌ ବିହାର ବେଗୁସରାଇ ଉପରେ ମଧ୍ୟ ରହିବ। କାରଣ ଏଠାରେ ଛାତ୍ରନେତା କହ୍ନେୟା କୁମାର ସିପିଆଇ ଟିକେଟରୁ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ ବରିଷ୍ଠ ରାଜନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ରହିଛନ୍ତି। ଏମାନଙ୍କ ବ୍ୟତୀତ ରାଏବରେଲୀରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଗାନ୍ଧିନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ମୈନପୁରୀରୁ ମୁଲାୟମ୍ ସିଂହ ଯାଦବ, ପଞ୍ଜାବ ଗୁରୁଦାସପୁରରୁ ଅଭିନେତା ସନ୍ନି ଦେଓଲ, ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ପ୍ରକାଶ ରାଜ ଓ ଦକ୍ଷିଣ ଦିଲ୍ଲୀରୁ ବକ୍ସର ବିଜେନ୍ଦ୍ର ସିଂହଙ୍କ ଭଳି ହେଭିୱେଟ୍‌ଙ୍କ ଭାଗ୍ୟ କ’ଣ ହେବ, ସେକଥା ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story