ଭେଣ୍ଟିଲେଟରରେ ପୂର୍ବତନ କ୍ରିକେଟର ଚେତନ ଚୌହାନ, କରୋନାରେ ଆକ୍ରାନ୍ତ ହୋଇଥିଲେ

ଲକ୍ଷ୍ନୌ: କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଚୌହାନଙ୍କ କିଡ୍‌ନୀ ଫେଲ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଜୁଲାଇ ମାସରେ କରୋନାରେ ଆକ୍ରାନ୍ତ ହୋଇଥିବା ଚୌହାନଙ୍କୁ ପ୍ରଥମେ ସଞ୍ଜୟ ଗାନ୍ଧି ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କରୋନାରୁ ସୁସ୍ଥ ହୋଇ ନଥିବା ଚୌହାନ ଶୁକ୍ରବାର କିଡନୀ ଓ ରକ୍ତ ଚାପ ସମସ୍ୟାର ସମ୍ମୁଖୀନ […]

y

y

Hemant Lenka
  • Published: Saturday, 15 August 2020
  • Updated: 15 August 2020, 05:01 PM IST

Sports

Latest News

ଲକ୍ଷ୍ନୌ: କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଚୌହାନଙ୍କ କିଡ୍‌ନୀ ଫେଲ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଜୁଲାଇ ମାସରେ କରୋନାରେ ଆକ୍ରାନ୍ତ ହୋଇଥିବା ଚୌହାନଙ୍କୁ ପ୍ରଥମେ ସଞ୍ଜୟ ଗାନ୍ଧି ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କରୋନାରୁ ସୁସ୍ଥ ହୋଇ ନଥିବା ଚୌହାନ ଶୁକ୍ରବାର କିଡନୀ ଓ ରକ୍ତ ଚାପ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି।

ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଚେତନ ଚୌହାନ ବର୍ତ୍ତମାନ ଉତ୍ତର ପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟ ରହିଛନ୍ତି। ୭୨ ବର୍ଷୀୟ ଚୌହାନ ୧୯୬୯ରୁ ୧୯୭୮ ମଧ୍ୟରେ ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

ସେହିପରି ସେ ଦେଶ ପାଇଁ ୭ଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ। ମହାରାଷ୍ଟ୍ର ଓ ଦିଲ୍ଲୀର ପାଇଁ ରଣଜୀ ଖେଳିଥିବା ଚୌହାନଙ୍କୁ ୧୯୮୧ରେ ଅର୍ଜୁନ ପୁରସ୍କାର ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos