୨୪ ବର୍ଷ ପରେ ରାଜ୍ୟସଭାର ସାଂସଦ ଭାବରେ ଶପଥ ନେଲେ ଦେବଗୌଡ଼ା

ନୂଆଦିଲ୍ଲୀ: ୨୪ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଦେବଗୌଡ଼ା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ଉପସ୍ଥିତିରେ ଦେବଗୌଡ଼ା କନ୍ନଡରେ ଶପଥ ଗ୍ରହଣ କରିଥିଲେ। ​​ଜୁନ୍ ୧୨ରେ ବିରୋଧୀ କଂଗ୍ରେସ ସହଯୋଗରେ କର୍ଣ୍ଣାଟକରୁ ୮୭ ବର୍ଷୀୟ ଦେବଗୌଡ଼ା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ୬୧ ନୂଆ ସଦସ୍ୟଙ୍କ ମଧ୍ୟରୁ ୪୫ ଜଣ ଜୁଲାଇ ୨୨ ରେ ସଂସଦ ଗୃହରେ ଶପଥ […]

H-D-Deve-Gowda (1)

Subhransu Sekhar
  • Published: Sunday, 20 September 2020
  • , Updated: 20 September 2020, 12:54 PM IST

ନୂଆଦିଲ୍ଲୀ: ୨୪ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଦେବଗୌଡ଼ା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ଉପସ୍ଥିତିରେ ଦେବଗୌଡ଼ା କନ୍ନଡରେ ଶପଥ ଗ୍ରହଣ କରିଥିଲେ।

​​ଜୁନ୍ ୧୨ରେ ବିରୋଧୀ କଂଗ୍ରେସ ସହଯୋଗରେ କର୍ଣ୍ଣାଟକରୁ ୮୭ ବର୍ଷୀୟ ଦେବଗୌଡ଼ା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ୬୧ ନୂଆ ସଦସ୍ୟଙ୍କ ମଧ୍ୟରୁ ୪୫ ଜଣ ଜୁଲାଇ ୨୨ ରେ ସଂସଦ ଗୃହରେ ଶପଥ ନେଇଥିଲେ। ହେଲେ ଗୌଡ଼ା ବରିଷ୍ଠ ନାଗରିକ ହୋଇଥିବାକୁ କରୋନା ପାଇଁ ଦିଲ୍ଲୀ ଆସିପାରିନଥିଲେ।

୨୩ ସେପ୍ଟେମ୍ୱର ୧୯୯୬ରୁ ୯ ଏପ୍ରିଲ ୧୯୯୮ ଯାଏ ସେ ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଦେଶର ଏଗାର ତମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ଏବେ୨୪ ବର୍ଷ ପରେ ଗୌଡା ଦ୍ୱିତୀୟ ଥର ପାଇଁ ରାଜ୍ୟସଭାରେ ପାଦ ଦେଇଛନ୍ତି।

Related story