ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଚୀନ୍ ସହିତ ସୀମା ବିବାଦ ଚାଲିଥିବାବେଳେ ରାହୁଲ ଗାନ୍ଧୀ ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି ଟ୍ୱିଟ୍ କରି ସେ କହିଛନ୍ତି।
https://twitter.com/RahulGandhi/status/1294826484561932289
ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆମ ସେନାର ସାମର୍ଥ୍ୟ ଉପରେ ସମସ୍ତଙ୍କର ବିଶ୍ୱାସ ରହିଛି। ହେଲେ ତାଙ୍କ (ମୋଦିଙ୍କ) ପାଇଁ ଚୀନ୍ ଆମ ଜମିକୁ ଦଖଲ କରିଛି ଏବଂ ତାଙ୍କ (ମୋଦିଙ୍କ) ପାଇଁ ଚୀନ୍ ଭାରତରେ ନିଜର ଅଧିକାର ବଜାୟ ରଖିବ।
ଚୀନ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ବାରମ୍ୱାର ଟାର୍ଗେଟ କରୁଛନ୍ତି। ଚୀନ୍ ସୀମାରେ କ’ଣ ଚାଲିଛି ସରକାର ସଠିକ୍ ସୂଚନା ଦେଉ ନାହାଁନ୍ତି। ପୂର୍ବରୁ ରାହୁଲ ମୋଦିଙ୍କୁ ନେଇ ଏଭଳି ଭିଡିଓ ଜାରି କରି ସାରିଛନ୍ତି।