କରୋନାରୁ ବର୍ତ୍ତିବା ପାଇଁ ମାସ୍କ କେତେ ଜରୁରୀ?

ନୂଆଦିଲ୍ଲୀ: ପ୍ରାଣଘାତୀ ଭାଇରସ କରୋନା ଏବେ କୋକୁଆ ଭୟ ଖେଳାଇଛି। ଏବେ ଏହି ଭାଇରସ ପାଖରୁ ବର୍ତ୍ତିବା ପାଇଁ ସମସ୍ତେ ତତ୍ପରତା ଦେଖାଇଛନ୍ତି। ସଂକ୍ରମିତ ରୋଗ ହୋଇଥିବାରୁ ପ୍ରାଥମିକ ଭାବରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ମାସ୍କକୁ ଗୁରୁତ୍ୱ ଦେଉଛନ୍ତି। ଫଳସ୍ୱରୂପ, ବଜାରରେ ମାସ୍କର ଅଭାବ ଦେଖାଦେଇଛି। ଏହାରି ଭିତରେ ଫ୍ରାନ୍ସରେ ୨୦୦୦ ମାସ୍କ ଚୋରି ହୋଇଯାଇଛି। ଏଥି ସହିତ ଭାରତ, ଆମେରିକା ଭଳି ଦେଶରେ ମାସ୍କର ଚାହିଦା ପ୍ରତିଦିନ ବୃଦ୍ଧି ପାଉଛି। ଦର ମଧ୍ୟ […]

MASK CORONA 650

MASK CORONA 650

Subhransu Sekhar
  • Published: Thursday, 05 March 2020
  • Updated: 05 March 2020, 03:50 PM IST

ନୂଆଦିଲ୍ଲୀ: ପ୍ରାଣଘାତୀ ଭାଇରସ କରୋନା ଏବେ କୋକୁଆ ଭୟ ଖେଳାଇଛି। ଏବେ ଏହି ଭାଇରସ ପାଖରୁ ବର୍ତ୍ତିବା ପାଇଁ ସମସ୍ତେ ତତ୍ପରତା ଦେଖାଇଛନ୍ତି। ସଂକ୍ରମିତ ରୋଗ ହୋଇଥିବାରୁ ପ୍ରାଥମିକ ଭାବରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ମାସ୍କକୁ ଗୁରୁତ୍ୱ ଦେଉଛନ୍ତି। ଫଳସ୍ୱରୂପ, ବଜାରରେ ମାସ୍କର ଅଭାବ ଦେଖାଦେଇଛି। ଏହାରି ଭିତରେ ଫ୍ରାନ୍ସରେ ୨୦୦୦ ମାସ୍କ ଚୋରି ହୋଇଯାଇଛି। ଏଥି ସହିତ ଭାରତ, ଆମେରିକା ଭଳି ଦେଶରେ ମାସ୍କର ଚାହିଦା ପ୍ରତିଦିନ ବୃଦ୍ଧି ପାଉଛି। ଦର ମଧ୍ୟ ଆକାଶ ଛୁଆଁ ବୃଦ୍ଧି ପାଉଛି।

ତେବେ କରୋନାରୁ ବର୍ତ୍ତିବା ପାଇଁ ମାସ୍କର ଆବଶ୍ୟକତା ନାହିଁ ବୋଲି କେହି କେହି ପରାମର୍ଶ ଦେଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଅନେକ ଜ୍ଞାନୀ ବ୍ୟକ୍ତି ମଧ୍ୟ ଏଥିରେ ଜଡିତ ଅଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମାସ୍କର ଆବଶ୍ୟକତା ଅଛି କି ନାହିଁ?

ଯଦି ଆପଣ ସୁସ୍ଥ ଅଛନ୍ତି, ତେବେ ଆପଣଙ୍କୁ ମାସ୍କର ଆବଶ୍ୟକତା ନାହିଁ। ହଁ, ଯଦି ଆପଣ କରୋନା ରୋଗୀଙ୍କ ଯତ୍ନ ନେଉଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ଏଥି ସହିତ ଯେଉଁମାନଙ୍କର ଜ୍ୱର, ଥଣ୍ଡା ଆଦି ହୋଇଛି କିମ୍ୱା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନେ ମାସ୍କ ପିନ୍ଧିବା ଉଚିତ।

ତେବେ ଓ୍ୱାର୍ଲଡ ହେଲଥ ଅର୍ଗାନାଇଜେସନ(WHO) ମାସ୍କ କିଭଳି ପିନ୍ଧିବାକୁ ହେବ ତାହା କହିଛି। WHO ଅନୁଯାୟୀ, ମାସ୍କ ସାମ୍ନାକୁ ଆସିବା ଉଚିତ୍ ନୁହେଁ। ଯଦି ସେମିତି କିଛି ଅନୁଭବ ହେଉଛି ତାହେଲେ ତୁରନ୍ତ ହାତ ଧୋଇବା ଉଚିତ୍। ମାସ୍କ ପିନ୍ଧିଲା ବେଳେ ନାକ, ପାଟି ଏବଂ ଦାଢ଼ିର କିଛି ଅଂଶ ଘୋଡ଼େଇ ହୋଇ ରହିବା ଉଚିତ୍। ସେହିପରି ମାସ୍କକୁ ବାହାର କରିବା ବେଳେ ମାସ୍କର ଲେସ୍ ବା ଫିତାକୁ ଧରି ବାହାର କରିବା ଉଚିତ୍।

ଫୋର୍ବସ୍ ମଧ୍ୟ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯଦି ଜଣେ କରୋନା ଦ୍ୱାରା ସଂକ୍ରମଣ ନୁହଁ ତାହେଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଆଇଓଏ କଲେଜ ଅଫ୍ ମେଡିସିନ୍ ୟୁନିଭରସିଟିର ମେଡିସିନ୍ ଏବଂ ଏପିଡେମୋଲୋଜି ପ୍ରଫେସର ଏଲି ପ୍ରେନସେଭିକ କହିଛନ୍ତି ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ନାହିଁ। ଅପରପକ୍ଷେ, ଆପଣ ଏହାକୁ ପିନ୍ଧିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ଏନ୍‌୯୫ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ।

ଏଯାବତ କୌଣସି ପ୍ରମାଣ ମିଳିନାହିଁ ଯେ ଜଣେ ସୁସ୍ଥ ଲୋକ ମାସ୍କ ପିନ୍ଧି କରୋନାକୁ ଏଡ଼ାଇ ପାରିବେ। ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାବେଳେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି।

ଓବାମା କହିଛନ୍ତି ଯେ କରୋନାକୁ ଏଡାଇବା ପାଇଁ ସାଧାରଣ ସତର୍କତା ଅବଲମ୍ବନ କରାଯିବା ଉଚିତ। ଏହି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଲୋକମାନେ ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story