ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ କରୁଛନ୍ତି କି ? ହୁସିଆର ! ବୁଲୁଛନ୍ତି ନକଲି ପ୍ରେମିକା

ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ସୋସିଆଲ ମିଡିଆରେ କଥା ହେବା ପାଇଁ ଫେସବୁକ ଏକ ଭଲ ମାଧ୍ୟମ। ହେଲେ ବେଳେ ବେଳେ ଏହି ଆଳରେ କିଛି ଅପରିଚିତ ଲୋକ ବନ୍ଧୁତ୍ୱ ସ୍ଥାପନ କରି  ଘଟାଉଛନ୍ତି ଅନେକ ଜଘନ୍ୟ କଣ୍ଡ। ବିଶେଷକରି ଝିଅମାନେ ଏମିତି ଘଟଣାର ଅଧିକ ଶିକାର ହେଉଛନ୍ତି। ହେଲେ ଆମେ ଆଜି ଯେଉଁ କଥା କହିବାକୁ ଯାଉଛୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ କୌଣସି ଝିଅ ଜାଲିଆତିର ଶିକାର ହୋଇନାହାନ୍ତି, ବରଂ ଜଣେ ମହିଳାର ଜାଲିଆତିରେ […]

fb

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 07:44 PM IST

ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ସୋସିଆଲ ମିଡିଆରେ କଥା ହେବା ପାଇଁ ଫେସବୁକ ଏକ ଭଲ ମାଧ୍ୟମ। ହେଲେ ବେଳେ ବେଳେ ଏହି ଆଳରେ କିଛି ଅପରିଚିତ ଲୋକ ବନ୍ଧୁତ୍ୱ ସ୍ଥାପନ କରି  ଘଟାଉଛନ୍ତି ଅନେକ ଜଘନ୍ୟ କଣ୍ଡ। ବିଶେଷକରି ଝିଅମାନେ ଏମିତି ଘଟଣାର ଅଧିକ ଶିକାର ହେଉଛନ୍ତି। ହେଲେ ଆମେ ଆଜି ଯେଉଁ କଥା କହିବାକୁ ଯାଉଛୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ କୌଣସି ଝିଅ ଜାଲିଆତିର ଶିକାର ହୋଇନାହାନ୍ତି, ବରଂ ଜଣେ ମହିଳାର ଜାଲିଆତିରେ ଶିକାର ହୋଇ ଜଣେ ଯୁବକଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି।

ଘଟଣାଟି ଘଟିଛି ପାଟନାରେ। ସୁଧା ନାମକ ଜଣେ ମହିଳା ସମୀର ସହ ଫେସବୁକରେ ବନ୍ଧୁତା କରିଥିଲେ। ପରେ ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଥିଲା। କିଛିଦିନର ସମ୍ପର୍କ ପରେ ସୁଧା ସମୀରଙ୍କୁ ଦେଖା କରିବାକୁ ଆସିଥିଲା। ହେଲେ ସମୀରଙ୍କୁ ଜଣା ନ ଥିଲା ସୁଧାର ଚାଲାଖି। ସୁଧା ସମୀରକୁ ଭେଟିବା ପାଇଁ ଝାଡଖଣ୍ଡରୁ ପାଟନା ଆସିଥିଲା। ସେଠାରେ ୧୪ ମେ’ରେ ସମୀର ସୁଧାର ଏମଏମଏସ କରିବାର ଉଦ୍ୟମ କରିଥିଲା। ଏହି ସମୟରେ ସୁଧା ସମୀର ମୁଣ୍ଡକୁ ଲୁହା ରଡରେ ପିଟି ହତ୍ୟା କରିଥିଲା। ଏହାପରେ ତା’ର ଦୋକାନର ସମସ୍ତ ପଇସା ଓ ଗାଡି ନେଇ ସେଠାରୁ ଫେରାର ହୋଇଯାଇଥିଲା। ସୁଧା ବାଇକରେ ଫେରାର ହେବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଯାଇଥିଲା। ଯାହାକୁ ଆଧାର କରି ପୋଲିସ୍‌ ଏବେ ଘଟଣାର ତଦନ୍ତ ଚଳାଇଛି।

ତଦନ୍ତରୁ ପୋଲିସକୁ ସୁଧାର ଅସଲି ପରିଚୟ ମିଳିଛି। ସୁଧା ଫେସବୁକରେ ପୁଅମାନଙ୍କ ସହ ବନ୍ଧୁତା କରି ସେମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠୁ ଟଙ୍କା ଲୁଟିଥାଏ। ସୁଧା ଫେସବୁକରୁ ଆଉ ଜଣେ ବ୍ୟକ୍ତିକୁ ଫସାଇ ତା’ସହ ବିବାହ ମଧ୍ୟ କରିଥିବା ଜଣାପଡିଛି।

Related story