ବିଜେପି ନେତାଙ୍କ ଘୃଣ୍ୟ ମନ୍ତବ୍ୟକୁ ଅଣଦେଖା କରୁଛି କି ଫେସବୁକ, ଜବାବ ରଖିଲା ସଂସ୍ଥା

ନୂଆଦିଲ୍ଲୀ: ଫେସବୁକକୁ ନେଇ ରାଜନୀତିକ ହଟଚମଟ ଜୋର ଧରିଛି। ଭାରତରେ କ୍ଷମତାସୀନ ବିଜେପିର ନେତା ଓ କର୍ମୀମାନେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ହେଁ ଏହାକୁ ଫେସବୁକ ଅଣଦେଖା କରୁଛି। ଏପରି କି ସବୁ ଜାଣି ଫେସବୁକ ଚୁପ ରହିଛି ବୋଲି ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ଉପରେ ଆଜି ଫେସବୁକ ପକ୍ଷରୁ ସଫେଇ ଦିଆଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଘୃଣ୍ୟ ମନ୍ତବ୍ୟ ପଲିସି ଫେସବୁକ ସର୍ବଦା ପାଳନ କରି ଆସୁଛି। […]

f

Hemant Lenka
  • Published: Monday, 17 August 2020
  • , Updated: 17 August 2020, 01:34 PM IST

ନୂଆଦିଲ୍ଲୀ: ଫେସବୁକକୁ ନେଇ ରାଜନୀତିକ ହଟଚମଟ ଜୋର ଧରିଛି। ଭାରତରେ କ୍ଷମତାସୀନ ବିଜେପିର ନେତା ଓ କର୍ମୀମାନେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ହେଁ ଏହାକୁ ଫେସବୁକ ଅଣଦେଖା କରୁଛି। ଏପରି କି ସବୁ ଜାଣି ଫେସବୁକ ଚୁପ ରହିଛି ବୋଲି ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ଏହା ଉପରେ ଆଜି ଫେସବୁକ ପକ୍ଷରୁ ସଫେଇ ଦିଆଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଘୃଣ୍ୟ ମନ୍ତବ୍ୟ ପଲିସି ଫେସବୁକ ସର୍ବଦା ପାଳନ କରି ଆସୁଛି। ଏହା କୌଣସି ନିର୍ଦ୍ଦିଷ୍ଟ ଦଳ କିମ୍ବା ନେତାଙ୍କ ପାଇଁ କୋହଳ କରାଯାଏ ନାହିଁ। ଫେସବୁକରେ କୌଣସି ଘୃଣ୍ୟ ମନ୍ତବ୍ୟ କିମ୍ବା ଆପତ୍ତିଜନକ ପୋଷ୍ଟ କରାଗଲେ, ଏହାକୁ ତୁରନ୍ତ ହଟାଇ ଦିଆଯାଏ। ସେହିପରି ହିଂସା ସୃଷ୍ଟିକାରୀ ବୟାନ ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ।

ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ କରାଯାଉଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆମେ ନିୟମିତ ଅଡିଟ କରୁଛୁ। ସ୍ୱଚ୍ଛତା ଓ ଆକ୍ୟୁରିସିକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି।

ଫେସବୁକ ବିଜେପିକୁ ସମର୍ଥନ କରୁଛି ବୋଲି ଖବର ମିଳିବା ପରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିଥିଲ। ବିଜେପି ମଧ୍ୟ Cambridge Analytica ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଥିଲା।

Related story